Categories: ଖେଳ

କଳିଙ୍ଗରେ ଫାୟାର ଆର୍ମ ଟ୍ରେନିଂ ପ୍ରୋଗ୍ରାମ

ଭୁବନେଶ୍ୱର, ୨।୩ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମର ୫୦ ମିଟର ଫାୟାର ଆର୍ମ ଶୁଟିଂ ରେଞ୍ଜରେ ଫାୟାର ଆର୍ମ ଟ୍ରେନିଂ ସାର୍ଟିଫିକେଟ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ସପ୍ତମ ବ୍ୟାଚ୍‌ରେ ମୋଟ ୨୫ ପ୍ରଶିକ୍ଷାର୍ଥୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ହାସଲ କରିଛନ୍ତି। ଓଡ଼ିଶା ରାଇଫଲ ସଂଘର ଯୁଗ୍ମ ସମ୍ପାଦକ ତଥା ଆଇଏସ୍‌ଏସ୍‌ଏଫ୍‌ ଓ ଏନ୍‌ଆଇଏସ୍‌ କୋଚ୍‌ ଆଶିଷ ନାୟକ ପ୍ରଶିକ୍ଷଣ ଦେଇଥିଲେ। ୩ ଦିନିଆ ଶିବିରରେ ଶୁଟରମାନଙ୍କୁ ରାଇଫଲ, ପିସ୍ତଲ, ଶଟ୍‌ଗନ୍‌ ସମ୍ବନ୍ଧୀୟ ଜ୍ଞାନ, ବ୍ୟବହାର ବିଧି, ସୁରକ୍ଷା ନିୟମ, ବନ୍ଧୁକର ଯନତ୍ ଏବଂ ଏହାର ଚାଳନା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କୃତକାର୍ଯ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଓଡ଼ିଶା ରାଇଫଲ ସଂଘର ସମ୍ପାଦକ ହରିପ୍ରସାଦ ପଟ୍ଟନାୟକ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସଫଳ ପ୍ରଶିକ୍ଷାର୍ଥୀମାନେ ହେଲେ ଆକାଶ ଦେମ୍ବେଲେ, ପରବେଜ ଅଲୀ ଖାଁ, ଆନନ୍ଦ ଅଗ୍ରଓ୍ବାଲ, ପ୍ରଫୁଲ୍ଲ ପ୍ରଧାନ, ଜିଗର ନାୟକ, ସୁବାସ ଚନ୍ଦ୍ର ପଟେଲ, ରାଜେଶ ନାୟାର, ଦୀପକ ବେହେରା, ସୂର୍ଯ୍ୟ ପ୍ରକାଶ ଶର୍ମା, ଅରବିନ୍ଦ କୁମାର ମିଶ୍ର, ଶକ୍ତି ରଞ୍ଜନ ପାଣି, ଅଶୋକ ଶତପଥୀ, ଅବିନାଶ ଛାପୋଳିଆ, ସୌରାଂଶୁ ରାଉତ, ପ୍ରୀତି ରଞ୍ଜନ ଦାସ, ଦେବାଶିଷ ତ୍ରିପାଠୀ, ସୁଦାମ ଖୁଣ୍ଟିଆ, ରୁଦ୍ର ପ୍ରସାଦ ନନ୍ଦ, ନବ କିଶୋର ପୃଷ୍ଟି, ବିଭୁ ପ୍ରସାଦ ପତି, ପ୍ରଦୀପ ପରିଡ଼ା, ଭୀମସେନ ପୋଲାଇ, ଯଶଲୋକ ଭୁଟିଆ ରାଏ, ତ୍ରିଭୁବନ ବାଗ୍‌ ଓ ସାରଦା ପ୍ରସାଦ ପଟ୍ଟନାୟକ।

 

Share