ଏଥର ଜମିବ ଦୀପାବଳି: ରାଜଧାନୀର ୭ ସ୍ଥାନରେ ଖୋଲିବ ବାଣ ଦୋକାନ

ଭୁବନେଶ୍ୱର, ୧୫।୧୦ (ବ୍ୟୁରୋ): କୋହଳ ହୋଇଛି କରୋନା କଟକଣା। ଏଣୁ ଏଥର ଜମିବ ଦୀପାବଳି। ବାଣ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବାରୁ ଆତସବାଜିରେ କମ୍ପିବ ରାଜଧାନୀ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ ଶନିବାର ଏନେଇ ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଚିଠି ଲେଖି ବାଣ ବିକ୍ରି ପାଇଁ ସ୍ଥାନ ନିର୍ଦ୍ଦିଷ୍ଟ କରିଛନ୍ତି। ଏଥର ରାଜଧାନୀର ୭ଟି ଜାଗାରେ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଛି। ଓ୍ବାର୍ଡ ନଂ.୯ ଅନ୍ତର୍ଗତ ଗାଡ଼କଣ ମୌଜାର ଶବର ସାହି ମେଳନ ପଡିଆ, ଓ୍ବାର୍ଡ ନଂ.୧୦ ଅନ୍ତର୍ଗତ ବମିଖାଲ ମୌଜାର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ଓ୍ବାର୍ଡ ନଂ. ୧୮ ଅନ୍ତର୍ଗତ ପାଣ୍ଡରା ମୌଜାର ପଳାଶୁଣି ବିଜୁପଟ୍ଟନାୟକ ପଡିଆ, ଓ୍ବାର୍ଡ ନଂ. ୪୦ ଅନ୍ତର୍ଗତ ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଛପଟ, ଓ୍ବାର୍ଡ ନଂ. ୪୩ ଅନ୍ତର୍ଗତ ଲକ୍ଷ୍ମୀସାଗର ମେଳଣ ପଡିଆରେ ବାଣ ବିକ୍ରି ହେବ। ସେହିପରି ଓ୍ବାର୍ଡ ନଂ. ୫୭ ଅନ୍ତର୍ଗତ ବଡ଼ଗଡ଼ର ୨ଟି ସ୍ଥାନ ଯଥା ବଡ଼ଗଡ଼ ଶ୍ମଶାନ ସମ୍ମୁଖ ଏବଂ ବିଡିଏ ମାର୍କେଟର ପଛପାଖରେ ବାଣ ବିକ୍ରି ପାଇଁ ପ୍ରଶାସନର ଅନୁମତି ରହିଛି। ଅପରପକ୍ଷେ ଏହି ସ୍ଥାନଗୁଡ଼ିକରେ ବାଣ ବିକ୍ରି ବେଳେ କୌଣସି ଘଟଣା ଓ ଦୁର୍ଘଟଣା ରୋକିବାକୁ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଅଗ୍ନିଶମ ବାହିନୀ ଦମକଳ ଗାଡ଼ି ସହ ମୁତୟନ ରହିବେ। ଯେ କେହି ଲାଇସେନ୍ସପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲି ପାରିବେ। ଲୋକେ ଏହି ସ୍ଥାନରୁ ବାଣ କିଣିବା ସହ ଫୁଟାଇବାବେଳେ ନିରାପତ୍ତା ପାଳନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ପଞ୍ଜାବ କୃଷକ ଆନ୍ଦୋଳନର ତାତି, ଦାହ ପୂର୍ବରୁ କୁଶପୁତ୍ତଳିକା ଛଡ଼ାଇ ନେଲା ପୋଲିସ

ବରଗଡ଼, ୨୮।୩(ପ୍ରେମାନନ୍ଦ ଖମାରୀ)- ପଞ୍ଜାବରେ କୃଷକ ଆନ୍ଦୋଳନ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସାରାଦେଶରେ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ଶୁକ୍ରବାର ଆନ୍ଦୋଳନ...

ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡ଼ିଚାଳନା, ଘର ଭିତରେ ପଶାଇଦେଲେ ଗାଡ଼ି, କାବୁ କଲେ ଲୋକେ

ଢେଙ୍କାନାଳ, ୨୮।୩(ରତନ ନାୟାର): କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ବେପରୁଆ ଗାଡି ଚାଳନା। ନିଶାଶକ୍ତ ଅବସ୍ଥାରେ ବେପରୁଆ କାର ଚଳାଇ ଏକ ଜଳଖିଆ ଠେଲାକୁ ଧକ୍କା ଦେଇ...

ପ୍ରଦୀପ ଜେନାଙ୍କୁ ମିଳିଲା ବଡ଼ ପଦବୀ

ଭୁବନେଶ୍ୱର,୨୮।୩: ପୁଣି ଫେରିଲେ ବରିଷ୍ଠ ଆଇଏଏସ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ପ୍ରଦୀପଙ୍କୁ ମିଳିଛି ନୂଆ ଦାୟିତ୍ୱ। ରାଜ୍ୟ ସରକାର ପ୍ରଦୀପ...

ରାଉରକେଲାରେ ପୁଣି ଫୁଟିଲା ଗୁଳି: ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହୋଟେଲରେ ପଶିଲେ, ଭୁଜାଲିରେ ହାଣିଲେ…

ରାଉରକେଲା,୨୮l୩(ସଂଗୀତା ଜେନା): ରାଉରକେଲାରେ ପୁଣି ଗୁଳିକାଣ୍ଡ। ଗତ ମାସ ୪ ନଂ ସେକ୍ଟରରେ ଘଟିଥିବା ଗୁଳିକାଣ୍ଡ ଲୋକଙ୍କ ମନରୁ ଯାଇ ନ ଥିବା ବେଳେ ଗୁରୁବାର...

ଭିଜିଲାନ୍ସ ଜାଲରେ ସିନିୟର କ୍ଲର୍କ

ଅନୁଗୋଳ,୨୮।୩: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟପ୍ରିୟ...

ବଡ଼ ଘୋଷଣା, ଏହିଦିନ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର,୨୮।୩: ମେ’ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏନେଇ ବଡ଼ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।...

ରାଜ୍ୟରେ ହିଟ୍‌ଓ୍ବେଭ୍‌ ଜାରି: ସବୁଠୁ ଉତ୍ତପ୍ତ ଝାରସୁଗୁଡ଼ା

ଭୁବନେଶ୍ୱର,୨୮ା୩: ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଶୁକ୍ରବାର ଦିନ ସାଢ଼େ ୨ଟାରେ ଝାରସୁଗୁଡ଼ାରେ ତାପମାତ୍ର...

Featured Video Play Icon

ପ୍ରେସମିଟ୍‌ କରି ବର୍ଷିଲେ ପଓ୍ବନ ଖେରା-ଭକ୍ତ, ଆନ୍ଦୋଳନ ପରେ ମୋହନଙ୍କୁ ବଡ଼ ଆଟାକ୍‌!

ଭୁବନେଶ୍‌ବର,୨୮।୩: ରାଜ୍ୟରେ ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ ଗୁରୁବାର କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ହଜାର କଂଗ୍ରେସ କର୍ମୀ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image