Categories: ଜାତୀୟ

ଆଇଇଡି ବିସ୍ଫୋରଣ ପରେ ଆଖିବୁଜା ଗୁଳି ବର୍ଷା କଲେ ଉଗ୍ରବାଦୀ: ୩ ଯବାନ ଶହୀଦ, ୪ ଗୁରୁତର

ଇମ୍ଫାଲ୍‌, ୩୦।୭: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସ୍‌ର ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪ ଜଣ ଯବାନ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କୁହାଯାଉଛି। ମଣିପୁରର ରାଜଧାନୀ ଇମ୍ଫାଲଠାରୁ ପ୍ରାୟ ୧୦୦ କିମି ଦୂରରେ ଥିବା ଚନ୍ଦେଲ ଜିଲାରେ ଉଗ୍ରବାଦୀମାନେ ଆଇଇଡି ବିସ୍ଫୋରଣ କରିବା ସହିତ ଯବାନଙ୍କ ଉପରେ ଆଖିବୁଜା ଗୁଳି ବର୍ଷା କରିଥିଲେ। ଯବାନମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଭାରତ ମ୍ୟାନ୍‌ମାର ସୀମାରେ ଉଗ୍ରବାଦ ବିରୋଧୀ ଅପରେଶନ ଜାରି ରହିଛି। ଅପରେଶନରେ ବାଧା ସୃଷ୍ଟି ପାଇଁ ସ୍ଥାନୀୟ ଉଗ୍ରବାଦୀମାନେ ଏଭଳି କରିଛନ୍ତି। ଉଗ୍ରବାଦୀଙ୍କୁ ଧରିବା ଲାଗି ଅପରେଶନ୍‌କୁ ଜୋର୍‌ଦାର କରାଯିବା ସହିତ ସୀମାରେ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share