ବଳାତ୍କାର ଉଦ୍ୟମ ପାଇଁ ଗିରଫ ହେଲେ ଅଗ୍ନିଶମ କର୍ମଚାରୀ

କୁଚିଣ୍ଡା,୧୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳର ଜନୈକା ୧୦ ବର୍ଷର ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ କୁଚିଣ୍ଡା ଅଗ୍ନିଶମ ବିଭାଗ ଅଗ୍ନିଶମ କର୍ମଚାରୀ ବିକାଶ ଚନ୍ଦ୍ର ବିଶ୍ୱାଳ(୨୭)ଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି।

ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ବିକାଶ ଘରେ ପସି ବଳାତ୍କାର ଉଦ୍ୟମ କରିଥିଲେ। ନାବାଳିକା ଜଣକ କୌଶଲ କ୍ରମେ ଖସି ପଲାଇ ଆସିଥିଲେ। ଏନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ରବିବାର ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଆଇପିସିର ଦଫା ୪୫୦, ୩୫୪ରେ ଏକ ମାମଲା (ନଂ.୫/୨୨) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ପୋଲିସ ଅଗ୍ନିଶମ କର୍ମଚାରୀ ବିକାଶଙ୍କୁ ଗିରଫ କରିଥିଲା।

Share