Categories: ଜାତୀୟ

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ: ୯ ମୃତ

କୁଡ୍ଡାଲୋରେ,୪।୯: ତାମିଲନାଡୁ କୁଡ୍ଡାଲୋରେ ଜିଲାର କଟ୍ଟୁମାନାରକୋଲିଠାରେ ଥିବା ଏକ ବାଣ ତିଆରି କାରଖାନାରେ ଶୁକ୍ରବାର ସକାଳେ ଏକ ବିସ୍ଫୋରଣ ହୋଇଛି। ଏଥିରେ ୯ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ପୋଲିସର ସୂଚନା ମୁତାବକ ଏମାନେ ଆଗକୁ ଆସୁଥିବା ଦିପାବଳୀ ପାଇଁ ବାଣ ତିଆରି କରିବାକୁ ଶୁକ୍ରବାର ସକାଳୁ ସକାଳୁ କାରଖାନାରେ ପହଞ୍ଚିଥିଲେ। ଏମାନଙ୍କ ସହ କାରଖାନାର ମାଲିକ ସି ଗାନ୍ଧିମଥି ମଧ୍ୟ ଥିଲେ। ତେବେ କାମ ଆରମ୍ଭ କରିବା ପୂର୍ବରୁ ଏମାନେ ସେଠାରେ ପୂଜା କରିବା ସମୟରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଆଉ ବିସ୍ଫୋରଣ ସ୍ଥାନରେ କାରଖାନାର ମାଲିକ ସି ଗାନ୍ଧିମଥିଙ୍କ ସହ ୪ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। କାରଖାନାଟି ୩୦ ବର୍ଷ ତଳର ହୋଇଥିବା ବେଳେ ଗତ ସପ୍ତାହରେ ସି ଗାନ୍ଧିମଥି ଏହାର ଲାଇସେନ୍ସ ରିନ୍ୟୁ କରିଥିଲେ। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।

Share