ଫେସବୁକ ଲାଇଭରେ ଆଖିବୁଜା ଗୁଳିମାଡ଼…

ଓ୍ବାଶିଂଟନ, ୮।୯ : ଆମେରିକାର ଟେନେସି ପ୍ରଦେଶର ମେମ୍ଫିସ ସହରରେ ଜଣେ ୧୯ ବର୍ଷର ବାଳକ ଫେସବୁକ ଲାଇଭରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ମେମ୍ଫିସ ପୋଲିସ ଗିରଫ କରିଛି।

ମେମ୍ଫିସ ପୋଲିସ କହିଛି ଯେ ଏକ ଫେସବୁକ ଲାଇଭ ଷ୍ଟ୍ରିମିଂରେ ସନ୍ଦିଗ୍ଧ ବନ୍ଧୁକଧାରୀ ଏକ ଦୋକାନରେ ପ୍ରବେଶ କରି ଲୋକଙ୍କ ଉପରକୁ ଗୁଳି ଚଳାଇଥିବାର ଦେଖାଯାଇଛି। ସୁଟର ଜଣେ ୧୯ ବର୍ଷ ବୟସ୍କ କୃଷ୍ଣାଙ୍ଗ ଯୁବକ। ତାଙ୍କୁ ଇଜେକିଲ କେଲି ବୋଲି ଚିହ୍ନଟ କରାଯାଇଛି। ସେ ସହରର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଗୁଳି ଚଳାଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ଗୁଳିମାଡ଼ ପରେ ପୋଲିସ ସ୍ଥାନୀୟ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ସନ୍ଦିଗ୍ଧଙ୍କୁ କିଛି ଘଣ୍ଟା ମଧ୍ୟରେ ଗିରଫ କରାଯିବା ପରେ ଅବରୋଧକୁ ହଟାଇ ଦିଆଯାଇଥିଲା।

Share