କାବୁଲ ବିମାନ ବନ୍ଦର ଏଣ୍ଟ୍ରି ଗେଟରେ ଫୁଟିଲା ଗୁଳି

କାବୁଲ,୨୮ ।୮: ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରଠାରୁ ସେଠାରେ ବେଳକୁ ବେଳ ସ୍ଥିତି ବିଗିଡିବାରେ ଲାଗିଛି । ଏବେ ସେଠାରେ ଆଫଗାନସ୍ତାନବାସୀ ନିଜକୁ ସୁରକ୍ଷିତ ନ ମଣି ଦେଶ ଛାଡି ଚାଲି ଯିବାକୁ ଉଦ୍ୟତ ହେଉଛନ୍ତି । ଅନେକେ ଦେଶଛାଡି ଚାଲି ବି ଗଲେଣି । ଦେଶଛାଡି ଚାଲିଯିବାକୁ ଚାହୁଁଥିବା ଲୋକେ ଏବେ କାବୁଲ ବିମାନ ବନ୍ଦରରେ ଭିଡ ଜମାଇଛନ୍ତି । ଏହାରି ଭିତରେ ଗୋଟିଏ ଦିନ ପୂର୍ବରୁ ବିମାନବନ୍ଦରରେ ବିସ୍ଫୋରଣ ହେବା ଫଳରେ ମୃତ୍ୟୁ ସଂଖ୍ୟା ପାଖାପାଖି ୨୦୦ ହେଲାଣି । ଏପଟେ ପ୍ରାୟ ୧୩୦୦ ଆତଙ୍କର ଚିକିତ୍ସା ଚାଲିଛି । ଏହାରି ଭିତରେ ଶନିବାର ପୁଣିଥରେ କାବୁଲ ବିମାନ ବନ୍ଦରର ଏଣ୍ଟ୍ରି ଗେଟରେ ଗୁଳି ଫୁଟିଛି । ଯାହା ଫଳରେ ସେଠାରେ ଥିବା ଲୋକେ ଜୀବନ ବିକଳରେ ଏଣେତେଣେ ଦୌଡିବାରେ ଲଗିଥିବା କୁହୟାଯାଉଛି ।

Share