ହିନ୍ଦୁ ମନ୍ଦିର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼

ଓଟାଓ୍ବା,୨୯ା୧୨: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସୁରେରେ ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିରର ଅଧ୍ୟକ୍ଷଙ୍କ ଘର ଉପରକୁ ଗୁଳିମାଡ଼ ହୋଇଛି। ଖାଲିସ୍ତାନୀ ସମର୍ଥକମାନେ ଅଧ୍ୟକ୍ଷଙ୍କ ଘର ଉପରକୁ ଗୋଟିଏ ପରେ ଗୋଟିଏ ୧୪ ରାଉଣ୍ଡ ଗୁଳି ଚଳାଇଥିଲେ। ରିପୋର୍ଟ ଅନୁଯାୟୀ, ସୁରେସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ଅଧ୍ୟକ୍ଷ ସତୀଶ କୁମାରଙ୍କ ଘର ଉପରକୁ ଗୁରୁବାର ବିଳମ୍ବିତ ରାତିରେ ଖାଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ। ଯଦିଓ ଗୁଳିମାଡ଼ରେ କେହି ଆହତ ହୋଇନାହାନ୍ତି, ତଥାପି ଗୁଳି ଯୋଗୁ ଘର ନଷ୍ଟ ହୋଇଯାଇଛି।

Share