Categories: ଜାତୀୟ

ସେନାଙ୍କ ଗୁଳିରେ ୨ଆହତ

ଶ୍ରୀନଗର,୭।୪: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲା ସ୍ଥିତ ହିନ୍ଦଓ୍ବାଡାର କସବେରେ ଗୁରୁବାର ଦ୍ୱିପ୍ରହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସେନା ଯବାନଙ୍କୁ ଗୁଳିରେ ୨ଜଣ ସ୍ଥାନୀୟ ନାଗରିକ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ହିନ୍ଦଓ୍ବାଡାର କସବେ ସ୍ଥିତ ଏକ ମାର୍କେଟରେ ସେନାର ଯବାନ ଓ ଲୋକଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହି ଯୁକ୍ତିତର୍କ ଏତେ ବଢ଼ିଯାଇଥିଲା ଯେ ଯବାନ ଜଣଙ୍କ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଏହି ଘଟଣାରେ ୨ଜଣ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ରହିଛି। ଅନ୍ୟପଟେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପିର ଅଧ୍ୟକ୍ଷ ମେହବୁବା ମୁଫ୍‌ତି ହିନ୍ଦଓ୍ବାଡାରେ ଘଟିଥିବା ଘଟଣାକୁ ନିନ୍ଦା କରିଛନ୍ତି।

Share