Categories: ଜାତୀୟ

ଆର୍ମି କ୍ୟାମ୍ପ୍‌ରେ ଗୁଳି: ଜଣେ ଯବାନ ଆହତ

ଶ୍ରୀନଗର,୨ା୯: ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତ୍ମଘାତୀ କାର୍ଯ୍ୟ କରିଛନ୍ତି। ଆତଙ୍କବାଦୀମାନେ ସୋମବାର ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍‌ ଉପରେ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ପ୍ରତିରକ୍ଷା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଜମ୍ମୁର ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ପ୍‌ରେ ଆତଙ୍କବାଦୀମାନେ ବେସ୍‌ ବାହାରେ ଗୁଳି ଚଳାଇଥିଲେ। ଫଳରେ ଜଣେ ସୈନିକ ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି।

ଏହି ଆତଙ୍କବାଦୀ ଆକ୍ରମଣ ସୁଞ୍ଜଓ୍ବାନ ଆର୍ମି କ୍ୟାମ୍ଫ୍‌ ସେଣ୍ଟ୍ରି ପୋଷ୍ଟ ଅଞ୍ଚଳ ନିକଟରେ ଘଟିଛି। ୩୬ ଇନ୍‌ଫେଣ୍ଟ୍ରି ବ୍ରିଗେଡ୍‌ ଏଠାରେ ନିୟୋଜିତ ହୋଇଛନ୍ତି। କ୍ୟାମ୍ପ୍‌ ବାହାରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖିବାକୁ ମିଳିଥିଲା, ଏହା ପରେ ଯବାନମାନେ ଗୁଳି ଚଳାଇଥିଲେ। ଏହି କାରଣରୁ ଉତ୍ତେଜନା ବୃଦ୍ଧି ପାଇଲା ଏବଂ ତୁରନ୍ତ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି, ସହରର ଉପକଣ୍ଠରେ ଥିବା ସୁଞ୍ଜଓ୍ବାନ କ୍ୟାମ୍ପ୍‌ ନିକଟରେ କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିକୁ ଦେଖି ଯବାନ ଗୁଳି ଚଳାଇଥିଲେ।

Share