Categories: ଜାତୀୟ

ମଧ୍ୟରାତ୍ରରୁ ଏଲଓସିରେ ଫାୟରିଂ ବନ୍ଦ

ନୂଆଦିଲ୍ଲୀ,୨୫।୨: ଫେବୃୟାରୀ ୨୪-୨୫ ମଧ୍ୟରାତ୍ରରୁ ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଫାୟରିଂ ବନ୍ଦ ହୋଇଛି। ସୀମାରେ ଅସ୍ତ୍ରବିରତି ନେଇ ଦୁଇପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି। ଦୁଇଦେଶ ମଧ୍ୟରେ ହଟ୍‌ଲାଇନ୍‌ରେ ସମ୍ପର୍କ ରହିବ। ଏହା ସହିତ ସୀମାରେ ଫ୍ଲାଗ୍‌ ମିଟିଂ କରାଯିବାକୁ ସ୍ଥିର ହୋଇଛି। ଡିଜିଏମ୍‌ଓସ୍ତରୀୟ ଆଲୋଚନାରେ ଦୁଇପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୁଇପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏସମ୍ପର୍କରେ ଘୋଷଣା କରାଯାଇଛି। ୨୦୦୩ରେ ଏଲ୍‌ଓସିରେ ଅସ୍ତ୍ରବିରତି ପାଇଁ ଦୁଇପକ୍ଷଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ତେବେ ଗତ ୩ ବର୍ଷ ଧରି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା ଅଧିକ ଘଟିଥିଲା। ୨୦୧୧ଠାରୁ ଏଭଳି ଘଟଣା ଅଧିକ ଘଟିଥିଲା। ୨୦୨୦ରେ ଏଲ୍‌ଓସିରେ ୪,୬୪୯ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା।

Share