ଆମେରିକାରେ ପୁଣି ଫୁଟିଲା ଗୁଳି

ନ୍ୟୁ ଅରଲିୟନ୍ସ,୧ ।୬: ଆମେରିକାରେ ପୁଣିଥରେ ଫୁଟିଛି ଗୁଳି । ଗତ ମଙ୍ଗଳବାର ଟେକ୍ସାସର ଏକ ପ୍ରାଥମିକ ସ୍କୁଲରେ ଗୁଳିମାଡରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାର ଠିକ୍ ୧ ସପ୍ତାହ ପରେ ମଙ୍ଗଳବାର ରାତିରେ ନ୍ୟୁ ଅରଲିୟନ୍ସରେ ଏକ ହାଇସ୍ୱୁଲ ବାହାରେ ୩ ଜଣଙ୍କୁ ଗୁଳି କରାଯାଇଛି ।
ଆମେରିକୀୟ ପୋଲିସର ସୂଚନା ଅନୁଯାୟୀ. ଲୁଇସିୟାନାର ନ୍ୟୁ ଅରଲିୟନ୍ସରେ ଥିବା ଏକ ହାଇସ୍କୁଲ ବାହାରେ ସ୍ନାତକ ସମାରୋହ ଚାଲିଥିବା ବେଳେ ୩ ଜଣଙ୍କୁ ଗୁଳି କରାଯାଇଛି । ଏହି ଘଟଣା ଦିକ୍ଷାନ୍ତ ସମାରୋହ କେନ୍ଦ୍ର ବାହାରେ ଏକ ପାର୍କିଂ ସ୍ଥାନରେ ହୋଇଛି । ଏହି ଆୟୋଜନ ସ୍ଥଳର ବ୍ୟବହାର କିଛି ହାଇସ୍କୁଲ ଦ୍ୱାରା ସ୍ନାତକ ସମାରୋହ ପାଇଁ କରାଯାଇଥାଏ । ପ୍ରତ୍ୟେକ୍ଷଦର୍ଶୀ, ଆମେରିକା ମିଡିଆକୁ କହିଛନ୍ତି, ହଠାତ୍ ତାଙ୍କୁ ୫-୬ଟି ଗୁଳି ଫୁଟିବାର ଶବ୍ଦ ଶୁଣାଯାଇଥିଲା ।
ମିଡିଆ ରିପୋର୍ଟର ସୂଚନା ଅନୁଯାୟୀ, ଏହି ଗୁଳିକାଣ୍ଡ ଘଟଣାରେ ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ପୁରୁଷ ଆହତ ହୋଇଛନ୍ତି ।

Share