ବସ୍‌ରେ ଗୁଳିମାଡ଼: ୨୦ ମୃତ, ଅନେକ ଆହତ

ବିରୁଟ୍‌,୧୧ା୮: ପୂର୍ବ ସିରିଆର ଏକ ବସ୍‌ରେ କିଛି ଦୁର୍ବୃତ୍ତ ଗୁଳି ଚଳାଇବା ପରେ ଅତିକମ୍‌ରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବିରୋଧୀ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି, ଶୁକ୍ରବାର ସକାଳେ ଦେଶର ପୂର୍ବ ଭାଗରେ ସିରିଆର ସୈନ୍ୟମାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଦୁର୍ବୃତ୍ତମାନେ ଗୁଳିଚାଳନା କରିଥିଲେ। ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଏହି ଆକ୍ରମଣ ଇସ୍‌ଲାମିକ ଷ୍ଟେଟ୍‌ ଗୋଷ୍ଠୀର ସଦସ୍ୟମାନେ କରିଥିବା ଜଣାପଡ଼ିଛି। ତେବେ ଏହି ଗୁଳିମାଡ଼ ସମ୍ପର୍କରେ ସିରିଆ ସେନା କିମ୍ବା ସରକାରଙ୍କ ତରଫରୁ କୌଣସି ବିବୃତ୍ତି ପ୍ରକାଶ ପାଇନାହିଁ।

Share