ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଭୁବନେଶ୍ବର ଜାଆଁଳାରେ ଘଟିଛି ଗୁଳିକାଣ୍ଡ। ସୁନାଦୋକାନୀଙ୍କୁ ଲୁଟ୍ ଉଦ୍ଦେଶ୍ୟରେ ଏହି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ବାପ-ପୁଅ ଗୁରୁତର ହୋଇଛନ୍ତି।
ସୂଚନାନୁସାରେ, ଦକ୍ଷିଣମୁଣ୍ଡ ମୁହାଣର ଭଗବାନ ସୁବୁଦ୍ଧି ଏବଂ ପୁଅ ଲୋକନାଥ ସୁବୁଦ୍ଧି ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ପୂର୍ବରୁ ରାସ୍ତାରେ ଲୁଚି ରହିଥିବା ଦୁର୍ବୃତ୍ତ ଏମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ସ୍ଥାନୀୟ ଲୋକେ ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଧରି ପାରି ନ ଥିଲେ। ଲୋକନାଥଙ୍କ ଗୋଡ଼ରେ ଗୁଳି ବାଜିଛି । ତେବେ କେତେଜଣ ଦୁର୍ବୃତ୍ତ ଏଥିରେ ସାମିଲ ଥିଲେ ତାହା ଜଣାପଡ଼ିନାହିଁ। ଗୁରୁତର ବାପ-ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।