Categories: ଜାତୀୟ

ମ୍ୟାନ୍‌ମାର ସୀମାନ୍ତରେ ବଢୁଛି ଗୁଳି ବିନିମୟ: ସପ୍ତାହ ମଧ୍ୟରେ ଘଟିଲାଣି ଏକାଧିକ ଥର

ଇମ୍ଫାଲ,୮।୧: ମ୍ୟାନ୍‌ମାର ସୀମାନ୍ତ ମଣିପୁରର ମୋରେହ ସହରରେ ସୁରକ୍ଷା ବଳ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପାର୍ବତ୍ୟାଞ୍ଚଳ ଉଗ୍ରପନ୍ଥୀମାନେ ପୋଲିସ ବାହିନୀ ଉପରେ ପ୍ରଥମେ ଆକ୍ରମଣ କରିଥିଲେ। ଫଳରେ ଯବାନ ଏହାର ପାଲଟା ଜବାବ ଦେଇଥିଲେ। ଫଳରେ ଦୀର୍ଘ ସମୟ ଯାଏ ଗୁଳି ବିନିମୟ ଜାରି ରହିଥିଲା।

ଗତ ୨ ତାରିଖରେ ତେଙ୍ଗନୌପାଲ ଜିଲାର ଏହି ସୀମାନ୍ତ ସହରରେ ପ୍ରବଳ ଗୁଳିବିନିମୟ ହୋଇଥିଲା, ଯେଉଁଥିରେ ଜଣେ ବିଏସ୍‌ଏଫ୍‌ ଯବାନ ସମେତ ୬ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ଡିସେମ୍ବର ୩୦ରୁ ମୋରେହ ସହରରେ ଏକାଧିକ ଥର ଗୁଳିବିନିମୟ ଘଟିଲାଣି। ଆକ୍ରମଣରେ ମ୍ୟାନ୍‌ମାରର ଉଗ୍ରପନ୍ଥୀ ସମ୍ପୃକ୍ତ ଥିବା ଗତ ସପ୍ତାହରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ଅଭିଯୋଗ କରିଥିଲେ।

Share