ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ୧୯ ଗିରଫ

ଫୁଲବାଣୀ (ରାକେଶ କୁମାର ରାଉତ)/ଫିରିଙ୍ଗିଆ(ବିକ୍ରମ ଦିଗାଲ),୭ା୮: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଶନିବାର ଲଙ୍କାକାଣ୍ଡ କରିଥିଲେ। ସେମାନେ ଥାନାରେ ନିଆଁ ଲଗାଇ ଦେବା ସହ ପୋଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ରବିବାର ସୁଦ୍ଧା ୧୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୫ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାରେ ସମ୍ପୃକ୍ତ ଆଉ ୪୦ ଜଣଙ୍କୁ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ଅଭିଯୋଗ ଆସିଥିବା ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଥାନାଧିକାରୀ ଭାବେ ରମେଶ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଗଞ୍ଜାମ ଜିଲା ସୋରଡ଼ା ଥାନାରେ କାର୍ଯ୍ୟରତ ଥିଲେ। ସେହିପରି ୨ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଥାନା ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର, ଜଣେ ଅତିରିକ୍ତ ଏସ୍‌ପି, ଡିଏସ୍‌ପି, ବିଭିନ୍ନ ଥାନା ଅଧିକାରୀ, ୧୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଡିଏସ୍‌ପି କମଲ କୁମାର ପଣ୍ଡା ଏହି ଘଟଣାର ତଦନ୍ତ କରୁଛନ୍ତି।
ଥାନା ପୋଡି ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସନ୍ତୋଷ ବିଷୋୟୀ, ଡଙ୍ଗରା କହଁର, କେଶବ କହଁର, ବିଘ୍ନେଶ୍ୱର କହଁର, ଉଦ୍ଧବ କହଁର, ଜଗନ୍ନାଥ କହଁର, କାଳିଆ କହଁର, ଶୁକଦେବ କହଁର, ଲବ କହଁର, ମାଧବ କହଁର, ଗୁଣ୍ଡନ କହଁର, ଗୁପ୍ତେଶ୍ୱର କହଁର, ଅନନ୍ତ କହଁର, ସୁରେଶ ନାୟକ, ରାଜେଶ ନାୟକ, ଅରକ୍ଷିତ କହଁର, ସୟ ରଣା, ସନ୍ନ୍ୟାସୀ କହଁର ଓ ଗୋବିନ୍ଦ ବେହେରା। ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।
ଏସ୍‌ପି କହିଛନ୍ତି, ଘଟଣା ଉପରେ ନଜର ରଖାଯାଇଛି। ଥାନା କିପରି ଚାଲିବ ତାହା ଉପରେ ପ୍ରାଧାନ୍ୟ ଦେଉଛୁ। ଗୋଇନ୍ଦା ରିପୋର୍ଟ ଆଧାରରେ ପ୍ରାୟ ୪୦ଜଣ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ କାର୍ପଟଦାରଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। ଘଟଣାର ସମସ୍ତ ଭିଡିଓ ଫୁଟେଜ ଉପରେ ତର୍ଜମା ଚାଲିଛି। ଲୋକଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ସବ୍‌ଇନ୍ସପେକ୍ଟର ବିକାଶ ଜାଲିଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଚଳିତବର୍ଷ ଜିଲାରେ ୩୦ ଟନରୁ ଅଧିକ ଗଞ୍ଜେଇ ଜବତ ହୋଇଛି। କେବଳ ଏହି ଥାନାରେ ୧୦ ଟନ୍‌ ଗଞ୍ଜେଇ ଜବତ ହୋଇଛି। ପୂର୍ବରୁ ଏହା ୨ରୁ ୩ ଟନ ଭିତରେ ହେଉଥିଲା। ଏହା ଗ୍ରାମବାସୀଙ୍କ ମଧ୍ୟରେ ଚାପ ପକାଇଛି। ସେମାନେ ଏକତ୍ରିତ ହୋଇ ଏସବୁ କାଣ୍ଡ ଭିଆଇଛନ୍ତି ବୋଲି ଏସ୍‌ପି ପାତ୍ର ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁରଙ୍କ ସହ କିଛି ଗ୍ରାମବାସୀ ଏକ ଭିଡିିଓ ଫୁଟେଜ କରିଥିଲେ। ପୋଲିସ ଗଞ୍ଜେଇ ବ୍ୟବସାୟ କରୁଥିବା ଘଟଣା ପ୍ରଘଟ ହେବା ଏବଂ ଭିଡିଓ ଫୁଟେଜ ଭାଇରାଲ ହେବା ପରେ ବହୁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ଶନିବାର ସେମାନେ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ପାଖରେ ରାସ୍ତାରୋକୋ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ସଦର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧା ସେମାନଙ୍କ ରୋଶର ଶିକାର ହୋଇଥିଲେ। ଲୋକେ ଏସ୍‌ଡିପିଓ ଏବଂ ଥାନା ଏସ୍‌ଆଇ ଜାଲିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଏହାପରେ ଥାନା ଭିତରେ ପଶି ପୋଡାଜଳା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଚକ୍ର ମାମଲା: କ୍ରାଇମ ବ୍ରାଞ୍ଚର ତଦନ୍ତ ଜୋରଦାର

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଧନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତା ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ ବ୍ରାଞ୍ଚ। ଏହି ମାମଲା ଖୁବ ଶୀଘ୍ର ଚାର୍ଜ...

ଗଛକଟାକୁ ନେଇ ଉତ୍ତେଜନା

ବୈଶିଙ୍ଗା,୨୮ା୪(ରତନ ଦାଶ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ବନପାଳ କ୍ଷେତ୍ର ଅନ୍ତର୍ଗତ ରଙ୍ଗାମାଟିଆ ସଂରକ୍ଷିତ ଜଙ୍ଗଲରେ ଗତ ୧୯ ତାରିଖରେ କାଳବୈଶାଖୀ ପ୍ରଭାବରେ ଉପୁଡ଼ି ପଡ଼ିଥିବା ଗଛକୁ...

ବହୁଚର୍ଚ୍ଚିତ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, ତଦନ୍ତକୁ ଜୋରଦାର କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): କ୍ରାଇମବ୍ରାଞ୍ଚ ADG ବିନୟତୋଷ ମିଶ୍ର କହିଛନ୍ତି, “ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ସମସ୍ତ ଦିଗକୁ ଯାଞ୍ଚ କରୁଛୁ।...

ଦେଶର ଆଇନ ସୁରକ୍ଷାରେ ଓକିଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଟିଟିଲାଗଡ଼,୨୮ା୪(ଶରତ ମିଶ୍ର/ତୀର୍ଥଙ୍କର ପଟେଲ): ସୋମବାର ଟିଟିଲାଗଡ ଓକିଲ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ତଥା ଓକିଲ ଦିବସ...

ପୁରୀ ନୀଳାଦ୍ରୀ ଭକ୍ତ ନିବାସ ନକଲି ୱେବସାଇଟ୍ ମାମଲା, ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୨୮।୪(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ସିଆଇଡି ସାଇବର କ୍ରାଇମ୍ ୟୁନିଟ୍ ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ତିଆରି କରି ଭକ୍ତମାନଙ୍କୁ ଠକେଇ କରୁଥିବା...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image