![](https://www.dharitri.com/wp-content/uploads/2020/07/toilet.jpg)
ଆଗ୍ରା,୩୧।୭: ଉତ୍ତରପ୍ରଦେଶର ଆଗ୍ରା ଡିଭିଜନର ଫିରୋଜାବାଦ ଜିଲାର ମୁହବତ୍ପୁର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ଜଣଙ୍କ ଘରର ଶୌଚାଳୟରେ ୫ ଫୁଟ୍ କୁମ୍ଭୀର ପଶିଯାଇଥିଲା। ଶୌଚାଳୟ ଖୋଲିବା ମାତ୍ରେ ହଠାତ୍ କୁମ୍ଭୀରକୁ ଦେଖି ଘର ଲୋକଙ୍କ ହୋସ୍ ଉଡିଯାଇଥିଲା। ଏହା ପରେ ଲୋକମାନେ ୱାଇଲ୍ଡ ଲାଇଫ ଏସ୍ଓଏସ୍ ଦଳକୁ ସୂଚନା ଦେଇଥିଲେ। ଆଗ୍ରାର ଏକ ୪ ସଦସ୍ୟ ବିଶିଷ୍ଟ ଏସ୍ଓଏସ୍ ଦଳ ଯାଇ କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏସ୍ଓଏସ୍ ବହୁ ପରିଶ୍ରମ ପରେ କୁମ୍ଭୀରକୁ ଉଦ୍ଧାର କରି ପୁନର୍ବାର ଯମୁନା ନଦୀରେ ଛାଡି ଦେଇଥିଲା।
ସୂଚନାଯୋଗ୍ୟ, କୁମ୍ଭୀରଟି ପାଖ ଏକ ପୋଖରୀରେ ରହୁଥିଲା ଏବଂ ଅନେକ ସମୟରେ ଗ୍ରାମବାସୀ ତାଙ୍କୁ ଦେଖୁଥିଲେ। କିନ୍ତୁ ସକାଳ ଖରାରେ ସେ ପାଣିରୁ ବାହାରି ଘରର ଶୌଚାଳୟ ଭିତରେ ପଶିଯାଇଥିଲା। ୟ