୧୦୭୮ ପଜିଟିଭ୍‌ ଚିହ୍ନଟ ପାଇଁ ଲାଗିଥିଲା ୬୫ ଦିନ: ଏବେ ଗୋଟିଏ ଦିନରେ ସେତିକି; ଏହି ୪ ଜିଲାକୁ ଛୁଇଁଲା ୪ ଅଙ୍କ

ଭୁବନେଶ୍ୱର,୨୧/୭(ବ୍ୟୁରେ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ବୁଧବାର ସବୁ ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୧୦୭୮ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ୧୦୭୮ ପଜିଟିଭ୍‌ ଚିହ୍ନଟ ପାଇଁ ୬୫ ଦିନ ଲାଗିଥିଲା। ମାତ୍ର ବର୍ତ୍ତମାନ ଗୋଟିଏ ଦିନରେ ୪ ଅଙ୍କ ବିଶିଷ୍ଟ ଅର୍ଥାତ ସେତିକି ଚିହ୍ନଟ ହୋଇଛନ୍ତି। ଯାହା ଚିନ୍ତା ବଢ଼ାଇଛି। ଏହା ସହ ରାଜ୍ୟର ୪ ଜିଲାକୁ ମଧ୍ୟ ଏହି ୪ ଅଙ୍କବିଶିଷ୍ଟ ସଂଖ୍ୟା ଛୁଇଁଛି। ଗଞ୍ଜାମ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୬୨ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୨୧୯, କଟକରେ ୧୩୮୪ ଓ ଯାଜପୁରରେ ୧୦୪୩ ରହିଛି।
ଅନ୍ୟପକ୍ଷେ ୧୧.୬୨% ସକରାତ୍ମକ ହାର ବିପଜ୍ଜନକ ଥିବାବେଳେ ଦିନକର ଅଭିବୃଦ୍ଧି ହାର ୫.୭୪% ମଧ୍ୟ ଉଦ୍‌ବେଗ ଜନକ ଅଟେ।

Share