ପ୍ରଥମକରି ଗାଁରେ ଜଳିଲା ବିଜୁଳି ଆଲୁଅ

ଉମରକୋଟ,୩୦।୧୧(ସନ୍ତୋଷ ଶତପଥୀ):ଦୀର୍ଘ ବର୍ଷ ପରେ ଉମରକୋଟ ବ୍ଲକ୍‌ର ୨ ଗାଁରେ ବିଦ୍ୟୁତ୍‌ ସଂଯୋଗ ହୋଇଛି। ଏହାକୁ ନେଇ ଉଭୟ ଗାଁର ଲୋକେ ବେଶ୍‌ ଖୁସି ଅଛନ୍ତି। ସୂଚନାନୁଯାୟୀ, ଉମରକୋଟ ବ୍ଲକ୍‌ ବକଦା ପଞ୍ଚାୟତର ଗଟିଗୁଡ଼ା ଓ କୋପେନା ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ନ ଥିଲା। ସନ୍ଧ୍ୟା ହେଲେ ଗ୍ରାମବାସୀ ଡିବିରି, ଲଣ୍ଠନ ଆଲୁଅ ଉପରେ ନିର୍ଭର କରୁଥିଲେ। ଗାଁକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ସେମାନେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଜଣାଉଥିଲେ। ତେବେ ଦୀର୍ଘ ବର୍ଷକରେ ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନିର୍ଦ୍ଦେଶକ୍ରମେ ଏହି ୨ ଗାଁରେ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଶୁକ୍ରବାର ମନ୍ତ୍ରୀଙ୍କ ପ୍ରତିନିଧି ତଥା ରାଜ୍ୟ ଭାଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ ସେଠାରେ ପହଞ୍ଚତ୍ ବିଜୁଳି ଆଲୁଅ ବ୍ୟବସ୍ଥା ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ଯୁବନେତା ମିଲୁ ପଣ୍ଡା, ବେହେଡ଼ା ମଣ୍ଡଳ ଭାଜପା ସମ୍ପାଦକ ହରପ୍ରସାଦ ପାଣିଗ୍ରାହୀ, ରାମହରି ସାହୁ ଓ ମାନସିକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ

ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ...

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ...

ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍‌ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ...

ନନ୍ଦନକାନନ ଆସିଲେ ୫ ଲକ୍ଷ୍ମୀପେଚା

ତ୍ରିଶୂଳିଆ,୩୦ା୧୧(ତୁଷାରକାନ୍ତ ବେହେରା):ସିଟି ଫରେଷ୍ଟ ଡିଭିଜନର ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ ଲକ୍ଷ୍ମୀପେଚାଙ୍କୁ ବନ ବିଭାଗ ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ...

୯ ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ଜେଜେବାପା: ବାନ୍ଧିଲା ପୋଲିସ

ପଟ୍ଟାମୁଣ୍ଡାଇ,୩୦ା୧୧(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଏକ ଗ୍ରାମରେ ଜଣେ ୯ ବର୍ଷର ନାବାଳିକାଙ୍କୁ ଜଣେ ବୃଦ୍ଧ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

ଜଟଣୀ ଧରିତ୍ରୀ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ

ଖୋର୍ଦ୍ଧା,୩୦ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଜଟଣୀ ଥାନା ଅଧୀନ ହାଟବଜାର ନିକଟରେ ଶୁକ୍ରବାର ଧରିତ୍ରୀ ଖବରଦାତା ରବୀନ୍ଦ୍ରନାଥ ମହାକୁଡ଼ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମରଣାନ୍ତକ...

ବବିଙ୍କ ଭାଇଙ୍କୁ ମିଳିଲା ଜାମିନ, ହେଲେ ଜେଲ୍‌ରୁ ମୁକୁଳିପାରିବେ ନାହିଁ

ଯାଜପୁର ଟାଉନ,୨୯ା୧୧(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ବିରଜା ହାଟ ମାମଲାକୁ ନେଇ ଯାଜପୁରରେ ରାଜନୈତିକ ହଟଚମଟ ବଢ଼ିବାକୁ ଲାଗିଥିବାବେଳେ ଶୁକ୍ରବାର ଯାଜପୁର ଜିଲା ଦୌରାଜଜ୍‌ ଯାଜପୁରର ପୂର୍ବତନ...

ଖଲ୍ଲିକୋଟରେ ୨୨ ଟିକିଆ ହାତୀପଲ ଆତଙ୍କ; ଉଜାଡ଼ୁଛନ୍ତି ଫସଲ, ଚିନ୍ତାରେ ଚାଷୀ

ଖଲ୍ଲିକୋଟ,୨୯।୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ। ଦୁଇ ଦିନ ଧରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଓ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri