ଦେଶର ପ୍ରଥମ ଏସି ରେଲଓ୍ବେ ଷ୍ଟେଶନ, ଏୟାରପୋର୍ଟ ପରି ମିଳିବ ସମସ୍ତ ସୁବିଧା

ବେଙ୍ଗାଲୁରୁ,୧୪।୩: ଦେଶର ପ୍ରଥମ ସେଣ୍ଟ୍ରାଲ ଏୟାର କଣ୍ଡିସନ (ଏସି) ରେଲଓ୍ବେ ଷ୍ଟେଶନ ବେଙ୍ଗାଲୁରୁରେ ନିର୍ମାଣ କରାଯାଇଛି। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ କ୍ୟାପଶନ ଲେଖିଛନ୍ତି, ଏହା ଅବିକଳ ଏୟାରପୋର୍ଟ ପରି ଦେଖାଯାଉଛି। ଏହି ରେଲଓ୍ବେ ଷ୍ଟେଶନଟି ୪୨୦୦ ବର୍ଗମିଟର ପରିବ୍ୟାପ୍ତ ଅଟେ। ଏହା ତିଆରି ହେବାରେ ପ୍ରାୟ ୩୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାର ନାମ ଏମ୍‌ ବିଶ୍ୱେଶ୍ୱରୟା ଟର୍ମିନାଲ।

ଏହି ରେଲଓ୍ବେ ଷ୍ଟେଶନରେ ଏୟାରପୋର୍ଟ ପରି ସମସ୍ତ ସୁବିଧା ଉପଲବ୍ଧ ହେବ। ଏଥିରେ ଏସ୍କେଲାଟର୍ସ ଏବଂ ଲିଫ୍ଟର ସୁବିଧା ରହିଛି। ପ୍ରତିଦିନ ଏଠାରେ ୫୦ ଟ୍ରେନ୍‌ ଚଳାଚଳ କରିବ। ଏହି ଟର୍ମିନାଲରେ ଭିଆଇପି ଲାଉଞ୍ଜର ବ୍ୟବସ୍ଥା ରହିଛି। ଏଥିସହିତ ଏକ ସୁନ୍ଦର ଫୁଡ୍‌ କୋର୍ଟ ମଧ୍ୟ ରହଛି। ଏଠାରେ ଆପଣ ଇଚ୍ଛା ମୁତାବକ ଖାଦ୍ୟ ଖାଇପାରିବେ।

Share