Categories: ଜାତୀୟ

ଆତିକ୍‌ଙ୍କ ବେନାମୀ ସମ୍ପତ୍ତି ଉପରେ ପ୍ରଥମ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ/ଲକ୍ଷ୍ନୌ,୨୭ା୮: ଗ୍ୟାଙ୍ଗଷ୍ଟର ଆତିକ୍‌ ଅହମଦଙ୍କ ପରିବାର କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ହାସଲ କରିଛନ୍ତି। ଆୟକର ବିଭାଗ ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲାରେ ଜଣେ ବିପିଏଲ୍‌ କାର୍ଡଧାରୀ ସୁରକ୍ଷା କର୍ମୀଙ୍କ ନିକଟରେ ଥିବା ଆତିକଙ୍କ ୬ଟି ଜମିକୁ ଆୟକର ବିଭାଗ ବାଜ୍ୟାପ୍ତ କରିଛି।

ବେନାମୀ ସମ୍ପତ୍ତି ଦଖଲ କରିବା ନେଇ ଆତିକଙ୍କ ପରିବାରଙ୍କ ବିରୋଧରେ ତଦନ୍ତ ଚାଲିଥିବା ବେଳେ ଆୟକର ବିଭାଗର ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଆତିକଙ୍କ ପରିବାରର ବହୁ ବେନାମୀ ସମ୍ପତ୍ତି ଗରିବ ଲୋକଙ୍କ ପାଖରେ ରହିଛି। ସେଥିରୁ ହେଉଥିବା ଆୟ ଆତିକ୍‌ଙ୍କ ପରିବାରକୁ ଯାଇଥାଏ। ସୂଚନାଯୋଗ୍ୟ ଗତ ଏପ୍ରିଲରେ ପ୍ରୟାଗରାଜ ପୋଲିସ ଆତିକ୍‌ ଓ ତାଙ୍କ ଭାଇ ଅଶ୍ରଫଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଉଥିବା ବେଳେ ୩ ଜଣ ଯୁବକ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ବର୍ତ୍ତମାନ ସେମାନେ ଜେଲରେ ଅଛନ୍ତି।

Share