Categories: ଜାତୀୟ

ଇସ୍ରାଏଲ୍‌ରୁ ଫେରିଲେ ୨୧୨ ଭାରତୀୟ: ମୋଦି ସରକାରଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ,୧୩।୧୦: ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କର ପ୍ରଥମ ବ୍ୟାଚ ସ୍ବତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରେ ପହଞ୍ଚିଛି। ପ୍ରଥମ ବ୍ୟାଚରେ ମହିଳା, ବୃଦ୍ଧ ଏବଂ ଶିଶୁଙ୍କ ସମେତ ମୋଟ ୨୧୨ ଜଣ ଭାରତରେ ପହଞ୍ଚିଛନ୍ତି। ଏମାନେ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମେ ବର୍ତ୍ତମାନ ଆମ ଦେଶରେ ଅଛୁ, ଆମେ ବହୁତ ଖୁସି ଅନୁଭବ କରୁଛୁ। ହମାସ ଇସ୍ରାଏଲ ଉପରେ ଆକ୍ରମଣ କରବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଆକ୍ରମଣରେ ଉଭୟ ପାର୍ଶ୍ୱରୁ ପ୍ରାୟ ୨୫୦୦ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟମାନଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଅପରେଶନ ଅଜୟ ଆରମ୍ଭ କରିଛନ୍ତି।

Share