Categories: ଜାତୀୟ

କେବିସି-୧୨ର ପ୍ରଥମ କୋଟିପତି

ମୁମ୍ବାଇ ୧୦।୧୧: କୌନ୍‌ ବନେଗା କରୋଡ୍‌ପତି (କେବିସି)ର ଦ୍ୱାଦଶ ସଂସ୍କରଣର ପ୍ରଥମ ପ୍ରତିଯୋଗୀ ଭାବେ ଦିଲ୍ଲୀର ନାଜିଆ ନସିମ୍‌ ୧ କୋଟି ଟଙ୍କା ପୁରସ୍କାର ଜିତିବାକୁ ଯାଉଛନ୍ତି। ଏହି ଅଧ୍ୟାୟ ୧୧ ତାରିଖରେ ପ୍ରସାରିତ ହେବ। ସେପ୍ଟମ୍ବର ୨୮ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ ହେଁ କୌଣସି ପ୍ରତିଯୋଗୀ ଏପର୍ଯ୍ୟନ୍ତ ୧ କୋଟି ପୁରସ୍କାର ନିକଟରେ ପହଞ୍ଚତ୍ ପାରି ନ ଥିଲେ। ତେବେ ସୋନି ଟିଭି ଏହାର ଟୁଇଟର ଆକାଉଣ୍ଟରେ ନୂଆ ପ୍ରମୋ ଶେୟାର କରିବା ଅବସରରେ ଚଳିତ ସିଜନ୍‌ର ପ୍ରଥମ କୋଟିପତିଙ୍କୁ ଖୁବ୍‌ ଶୀଘ୍ର ଉପସ୍ଥାପନ କରାଯିବ ବୋଲି ସୂଚନା ଦେଇଥିଲେ। ଶେଷରେ ଏହି ପୁରସ୍କାର ଜିତିବାକୁ ଯୋଗ୍ୟ ବିବେଚିତ ହୋଇଥିବା ନାଜିଆଙ୍କୁ ଶୋ’ର ଉପସ୍ଥାପକ ଅମିତାଭ ବଚ୍ଚନ ଅଭିନନ୍ଦନ ଜଣାଇଛନ୍ତି।

Share