Categories: ଜାତୀୟ

Bullet Train: ୨୦୨୬ରେ ଗଡ଼ିବ ଭାରତର ପ୍ରଥମ ବୁଲେଟ୍‌ ଟ୍ରେନ୍‌, ସର୍ବପ୍ରଥମେ ଏହି ଦୁଇ ସହରରୁ ହେବ ଆରମ୍ଭ

ଗାନ୍ଧିନଗର,୧୨।୧: ଭାରତରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ୨୦୨୬ରୁ ଗଡ଼ିବା ଆରମ୍ଭ ହେବ। ଏହି ଟ୍ରେନ୍‌ ସୁରଟ ଏବଂ ବିଲିମୋରା ମଧ୍ୟରେ ଚାଲିବ। ତା ସହ ପ୍ରଥମ ମେଡ୍‌ ଇନ୍‌ ଇଣ୍ଡିଆ ମେମୋରି ଚିପ୍‌ ୨୦୨୪ରୁ ବଣ୍ଟା ଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ସୂଚନା ଦେଇଛନ୍ତି।

ଗୁଜରାଟରେ ଆୟୋଜିତ ଏକ ଶିଖର ସମ୍ମିଳନୀରେ ଅଶ୍ୱିନୀ କହିଛନ୍ତି, ବୁଲେଟ୍‌ ଟ୍ରେନ୍‌ ପରିଯୋଜନା ଦ୍ରୁତ ଗତିରେ ଆଗକୁ ଚାଲିଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି, ତାଙ୍କର ସମର୍ଥନ ଯୋଗୁ ମୁମ୍ବାଇକୁ ଯୋଡିବାକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସଫଳ ହୋଇଛି। ଅହମ୍ମଦାବାଦରେ ୨୭୦ କିମିର କାମ ବ୍ୟବହାରିକ ରୂପରେ ସମ୍ପୂର୍ଣ୍ଣ ହୋଇଛି। ୨୦୨୬ରେ ସୁରଟ ଏବଂ ବିଲିମୋରା ମଧ୍ୟରେ ପ୍ରଥମ ବୁଲେଟ୍‌ ଟ୍ରେନ୍‌ ଚାଲିବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି।

Share