Categories: ଜାତୀୟ

ଇସ୍ରାଏଲରେ ଫ୍ଲୋରୋନା ସଂକ୍ରମଣ

ନୂଆଦିଲ୍ଲୀ,୧।୧: ବିଶ୍ୱ କରୋନାରୁ ମୁକୁଳିବାକୁ ରାସ୍ତା ଖୋଜୁଥିବାବେଳେ ଇସ୍ରାଏଲର ନୂତନ କରି ‘ଫ୍ଲୋରୋନା’ ସଂକ୍ରମଣ ଚିହ୍ନଟ ହୋଇଛି। ଏହା କରୋନା ଏବଂ ଇନ୍‌ଫ୍ଲୁଏଞ୍ଜାର ଏକ ଦୋହରା ସଂକ୍ରମଣ ବୋଲି ଇସ୍ରାଏଲ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ରୋବିନ୍‌ ମେଡିକାଲ ସେଣ୍ଟରେ ଜଣେ ଗର୍ଭବତୀ ମହିଳା ଏଥିରେ ସଂକ୍ରମିତ ହୋଇଛନ୍ତି। ଦୁଇଟି ଭୂତାଣୁର ମିଶ୍ରଣରେ ସୃଷ୍ଟି ଫ୍ଲୋରୋନା ସଂକ୍ରମଣ ଆକ୍ରାନ୍ତଙ୍କୁ ଗୁରୁତର କରିପାରେ କି ନା ସେ ନେଇ ଅଧ୍ୟୟନ ଚାଲିଥିବା ଇସ୍ରାଏଲ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share