ପ୍ରଥମଥର ପାଇଁ ବ୍ରିଟେନରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ

ଲଣ୍ଡନ,୨୮।୧୧: ପ୍ରଥମ ଥର ପାଇଁ ବ୍ରିଟେନରେ ସ୍ବାଇନ ଫ୍ଲୁ ରୋଗୀ ଦେଖିବାକୁ ମିଳିଛି। ସ୍ବାଇନ ଫ୍ଲୁର ଏହା ଏକ ନୂଆ ଷ୍ଟ୍ରେନ। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ବିଭାଗ ତାଙ୍କ ସହିତ ଯୋଗାଯୋଗ ଜାରି ରଖିଥିବା ରୋଗୀଙ୍କ ନିକଟ ସମ୍ପର୍କୀୟଙ୍କ ଉପରେ ନଜର ରଖୁଛି। ବ୍ରିଟିଶ ଅଧିକାରୀମାନେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ମଧ୍ୟ ସୂଚନା ଦେଇଛନ୍ତି। ସ୍ବାଇନ ଫ୍ଲୁ ହେଉଛି ଏକ ଭାଇରାଲ ସଂକ୍ରମଣ, ଯାହା ଘୁଷୁରିରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ।
ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି (ଏଚ୍‌ଏସ୍‌ଏ) କହିଛି, ସ୍ବାଇନ୍‌ ଫ୍ଲୁ ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ଜଣେ ବ୍ୟକ୍ତି ଡାକ୍ତରଙ୍କ ପାଖକୁ ଯାଇଥିଲେ। ଏଠାରେ ଅନୁସନ୍ଧାନ ବେଳେ ସେମାନଙ୍କଠାରେ ସ୍ବାଇନ୍‌ ଫ୍ଲୁର ଏକ ନୂତନ ଷ୍ଟ୍ରେନ ଥିବା ଜଣାପଡିଛି।

Share