Categories: ଜାତୀୟ

ଥମିନି କରୋନା ଡରାଇଲାଣି ଜିକା ଭାଇରସ

ମୁମ୍ବାଇ,୧ ।୮: କରୋନା ଭାଇରସ ଦ୍ୱାରା ସବୁଠାରୁ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ଏବେ ଜିକା ଭାଇରସ ଦେଖା ଦେଲାଣି । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି କି ଜଣେ ୫୦ ବର୍ଷର ମହିଳା ଏବେ ଜିକା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପୁରନ୍ଦର ତହସିଲ ବେଲସର ଗାଁର ୫୦ ବର୍ଷର ଜଣେ ମହିଳାଙ୍କ ଟେଷ୍ଟ ରିପୋର୍ଟ ଆସିବା ପରେ ସେ ଜିକା ଭାଇରସ ଦ୍ୱାରା ପୀଡ଼ିତ ଥିବା ଜଣାପଡିଛି । ଯଦିଓ ଜିକା ଭାଇରସ ଦେଶରେ ପ୍ରବେଶ କରିି ସାରିଛି ଏହାକୁ ନେଇ କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ସଂକ୍ରମିତ ମହିଳା ଏବେ ସୁସ୍ଥ ହୋଇ ଯାଇଥିବା ବେଳେ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନିକଟରେ ଏହି ଲକ୍ଷଣ ଦେଖାଦେଇନାହିଁ । ୫ ଜଣ ରୋଗୀଙ୍କ ନମୁନା ଏନ୍‌ଆଇବି ପୁଣେ ପଠାଯାଇଥିଲା । ଏଥିରୁ ୩ ଜଣ ଚିକନକୁନିଆରେ ପୀଡ଼ିତ ଥିବା ଜଣାପଡିଥିଲା । ୨୭-୨୯ ଜୁଲାଇରେ ୪୧ ଜଣଙ୍କ ବ୍ଲଡ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୨୫ ଚିକନଗୁନିଆ, ୩ଜଣ ଡେଙ୍ଗୁ ଓ ଜଣେ ଜିକା ଭାଇରସ ଦ୍ୱାରା ସଂକ୍ରମିତି ଥିବା ଜଣାପଡିଥିଲା ।

Share