Categories: ଜାତୀୟ

ଇସ୍ରୋର ‘ବାହୁବଳୀ’ ରକେଟ ଏଲଭିଏମ୩ ପ୍ରସ୍ତୁତ, ଲଞ୍ଚ କରିବ ୩୬ ସାଟେଲାଇଟ, ୧୨ଟାରେ ଆରମ୍ଭ ହେବ କାଉଣ୍ଟ ଡାଉନ

ନୂଆଦିଲ୍ଲୀ,୨୨ ।୧୦: ଇଣ୍ଡିଆ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ(ଇସ୍ରୋ) ଏହାର ପରବର୍ତ୍ତି ମହତ୍ୱପୂର୍ଣ୍ଣ ଲଞ୍ଚ ପାଇଁ ପ୍ରସ୍ତତ ହୋଇଯାଇଛି । ଏହି ମିଶନ ହେଉଛି ଏଲଭିଏମ୩ ଏମ୨/ୱାନ ୱେବ ଇଣ୍ଡିଆ ୧ । ଏହି ମିଶନ ଇସ୍ରୋ ତା’ର ସବୁଠାରୁ ଭାରି ରକେଟ ‘ଏଲଭିଏମ-୩’ ଅର୍ଥାତ୍ ଲଞ୍ଚ ହ୍ୱିକଲ ମାର୍କ ୩ରୁ ୨୨ ତାରିଖ ମଧ୍ୟରାତ୍ରିରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ୧୨ଟା ୭ ମିନିଟରେ ପ୍ରକ୍ଷେପଣ କରିବ । ସୂଚନାଯୋଗ୍ୟ, ଏଲଭିଏମ-୩ ପ୍ରଥମେ ଜିଏସଏଲଭି ମାର୍କ ରକେଟ ନାମରେ ପରିଚିତ ଥିଲା ।
ଏହି ମିଶନରେ ବ୍ରିଟିଶ ଷ୍ଟାଟଅପ ୱାନୱେବକୁ ୩୬ ଉପଗ୍ରହକୁ ଲଞ୍ଚ କରାଯିବ । ସୂଚନାଯୋଗ୍ୟ, ଏହି ୱାନୱେବ ଏକ ପ୍ରାଇଭେଟ ସାଟେଲାଇଟ କମ୍ୟୁନିକେଶ କମ୍ପାନୀ ଅଟେ । ଭାରତୀୟ କମ୍ପାନୀ ଭାରତୀୟ ଏଣ୍ଟରପ୍ରାଇଜେସ ୱାନୱେରେ ଏକ ପ୍ରମୁଖ ଇନଭେଷ୍ଟର ଓ ଶେୟାର ହୋଲଡର ରହିଛି । ଏହି ଲଞ୍ଚ ସହ ଇସ୍ରୋ ଓ ଗ୍ଲୋବାଲ କମ୍ୟୁନିକେଶନ ଲଞ୍ଚ ସର୍ଭିସ ମାର୍କେଟରେ ନିଜର ଏଣ୍ଟ୍ରି ସାବ୍ୟସ୍ତ କରିବ ।

Share