ଯୁକ୍ତ ୨ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ କଟ୍‌ ଅଫ୍‌ ମାର୍କ: ଆଗରେ ରହିଛି ରେଭେନ୍‌ଶା ଜୁନିୟର କଲେଜ

ଭୁବନେଶ୍ୱର,୧୮।୯(ବ୍ୟୁରୋ): ଯୁକ୍ତ ୨ ନାମଲେଖା ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। ଚଳିତ ବର୍ଷ ରେଭେନ୍‌ଶା ଜୁନିୟର କଲେଜ କଳା, ବାଣିଜ୍ୟ ଓ ବିଜ୍ଞାନ ପାଇଁ କଟ୍‌ ଅଫ୍‌ ମାର୍କରେ ଆଗରେ ରହିଛି। କଲେଜରେ କଳାରେ ୭୨.୫% କଟ୍‌ ଅଫ୍‌ ମାର୍କ ରହିଥିବା ବେଳେ ବାଣିଜ୍ୟରେ ୭୫.୮୩% ଏବଂ ବିଜ୍ଞାନରେ ୮୯% ରହିଛି।

କଳାରେ ଦ୍ୱିତୀୟରେ ବିଜେବି କଲେଜ ରହିଛି। ଏହାର କଟ୍‌ ଅଫ୍‌ ମାର୍କ ରହିଛି ୭୧.୮୩%। ଏହାଛଡ଼ା ରାଉରକେଲା ସରକାରୀ ଜୁନିୟର କଲେଜ ତୃତୀୟରେ ରହିଥିବା ବେଳେ ୬୭.୮୩ କଟ୍‌ ଅଫ୍‌ ମାର୍କ ରହିଛି।

ବିଜ୍ଞାନରେ ୮୮.୬% ସହ ବିଜେବି ଜୁନିୟର କଲେଜ ଦ୍ୱିତୀୟରେ ଓ ୮୬.୬୭% ସହ ବ୍ରହ୍ମପୁର ନୀଳକଣ୍ଠୂ ନଗର ସରସ୍ବତୀ ଶିଶୁ ମନ୍ଦିର ତୃତୀୟରେ ରହିଛି।

ବାଣିଜ୍ୟରେ ୨ୟସ୍ଥାନରେ ୭୫.୫% ସହ ରାଉରକେଲା ସରକାରୀ ଜୁନିୟର କଲେଜ ଏବଂ ୩ୟରେ ବିଜେବି ଜୁନିୟର କଲେଜ ରହିଥିବା ସୂଚନା ମିଳିଛି।

Share