Categories: ଜାତୀୟ

ନାଗରିକତ୍ୱ ଆଇନ ଧାରା ୬ଏର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୧ା୧: ନାଗରିକତ୍ୱ ଆଇନର ଧାରା ୬ଏ’କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନଗୁଡ଼ିକର ଶୁଣାଣି ମଙ୍ଗଳବାର ହୋଇଥିଲା। ଉକ୍ତ ଧାରାରେ ରହିଥିବା ବ୍ୟବସ୍ଥାଗୁଡ଼ିକର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଓ ପରେ ଅନ୍ୟ ପ୍ରସଙ୍ଗ ଉପରେ ବିଚାର ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ନାଗରିକତ୍ୱ ଆଇନ, ୧୯୫୫ର ଧାରା ୬ଏ’ରେ କୌଣସି ସାମ୍ବିଧାନିକ ଦୁର୍ବଳତା ରହିଛି କି ନାହିଁ ତାହା ଉପରେ ପ୍ରଥମେ ବିଚାର ହେବ ବୋଲି ୫ ଜଣିଆ ସାମ୍ବିଧାନିକ ପୀଠର ମୁଖ୍ୟ ଥିବା ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କହିଛନ୍ତି। ଉକ୍ତ ପୀଠରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କ ବ୍ୟତୀତ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା, କ୍ରିଷ୍ଣା ମୁରାରୀ, ହିମା କୋହଲି ଏବଂ ପି.ଏସ୍‌. ନରସିଂହ ରହିଛନ୍ତି। ଶିବସେନା ବିଭାଜନ ଉପରେ ପିଟିଶନର ଶୁଣାଣି ଶେଷ ହେବା ପରେ ନାଗରିକତ୍ୱ ଆଇନର ଶୁଣାଣି ହେବ ବୋଲି ସାମ୍ବିଧାନିକ ପୀଠ କହିଛନ୍ତି।

Share