Categories: ଜାତୀୟ

ଦୁଇ ଡୋଜ୍‌ ଟିକା ନେଇ ବି ଡେଲ୍‌ଟା ପ୍ଲସ ଭାରିଆଣ୍ଟର ଶିକାର: ଆସିଲା ପ୍ରଥମ ମୃତ୍ୟୁର ରିପୋର୍ଟ

ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ମୁମ୍ବାଇରେ ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ପ୍ରଥମ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଜୁଲାଇ ମାସରେ ମୁମ୍ବାଇର ଘାଟକୋପରରେ ଜଣେ ୬୩ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା, ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ମହିଳାଙ୍କ ମୃତ୍ୟୁ ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ହୋଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ମହିଳା ଜଣଙ୍କ ଟିକାର ଉଭୟ ଡୋଜ ନେଇଥିଲେ, ତଥାପି ଡେଲଟା ପ୍ଲସ ଭାରିଆଣ୍ଟ ଯୋଗୁ ମହିଳାଙ୍କର ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ଡେଲଟା ପ୍ଲସ ଭାରିଆଣ୍ଟ କାରଣରୁ ଏପର୍ଯ୍ୟନ୍ତ ଦୁଇଟି ମୃତ୍ୟୁ ଘଟିଛି। ପ୍ରଥମ ମୃତ୍ୟୁ ଜୁନ ୧୩ରେ ରତ୍ନାଗିରିରେ ୮୦ ବର୍ଷ ବୟସ୍କା ମହିଳାଙ୍କ ଘଟିଥିଲା। ଅଗଷ୍ଟ ୧୧ରେ, ଡେଲଟା ପ୍ଲସ ଭାରିଆଣ୍ଟ ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଥିଲା।

Share