ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ

ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍‌ଏସ୍‌ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍‌ଲେସ୍‌ ଷ୍ଟିଲର ରୂପାନ୍ତରଣକାରୀ ଶକ୍ତିକୁ ଠିକ୍‌ ଭାବେ ଦର୍ଶାଇବା ସହ ଭାରତର ସେତୁ ନିର୍ମାଣ ଡିଜାଇନରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବ୍ୟବହାର ସମ୍ପର୍କରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲର ପ୍ରଥମ ସଂସ୍କରଣକୁ ଆଇଏସ୍‌ଏସ୍‌ଡିଏ ଉନ୍ମୋଚନ କରିଛି। ଉଲ୍ଲେଖଯୋଗ୍ୟ, କୋଲକାତାର ସିଲିଗୁଡ଼ିଠାରେ ଆୟୋଜିତ ଇଣ୍ଡିଆନ୍‌ ରୋଡ୍‌ କଂଗ୍ରେସ (ଆଇଆର୍‌ସି)ର ୨୨୮ତମ ମଧ୍ୟବର୍ତ୍ତିକାଳୀନ ପରିଷଦ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ଟିୟୁପି କନ୍‌ସଲଟାଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ପୂର୍ବତନ ନିର୍ଦ୍ଦେଶକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟଙ୍କ ଦ୍ୱାରା ଲିଖିତ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ ମାନୁଆଲ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଅପରପକ୍ଷରେ ଇଞ୍ଜିନିୟରିଂ ଏବଂ ବୈଷୟିକ ଦକ୍ଷତା ବୃଦ୍ଧି କରିବା ସହ ଏହି ଡିଜାଇନ୍‌ ମାନୁଆଲ ସମଗ୍ର ଭାରତରେ ଇଞ୍ଜିନିୟର ଏବଂ ଶିକ୍ଷାବିତ୍‌ମାନଙ୍କ ପାଇଁ ବେଶ୍‌ ସହାୟକ ହେବ। ଏହି ମାନୁଆଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ମୌଳିକ ଗୁଣଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜାଇନ ନୀତି ପର୍ଯ୍ୟନ୍ତ ସମସ୍ତ ବିଷୟବସ୍ତୁ ଉପରେ ଜ୍ଞାନର ଏକ ପଞ୍ଜିକା ଭାବେ କାର୍ଯ୍ୟ କରିବ। ଏଥିରେ କାର୍ବନ ଷ୍ଟିଲ୍‌ ତୁଳନାରେ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିଭିନ୍ନ ଫାଇଦା ଯଥା କ୍ଷୟ ପ୍ରତିରୋଧ, ଦୃଢ଼ତା, ସ୍ଥାୟିତ୍ୱ ଓ ସୌନ୍ଦର୍ଯ୍ୟ ଇତ୍ୟାଦି ଉପରେ ଆଲୋକପାତ କରାଯାଇଛି। ବିଶେଷକରି ଏହା ଏକ ସେତୁର ସାମଗ୍ରିକ ଲାଇଫ ସାଇକେଲ ଖର୍ଚ୍ଚ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛି।
ଏ ସମ୍ପର୍କରେ ଆଇଏସ୍‌ଏସ୍‌ଡିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୋହିତ କୁମାର କହିଛନ୍ତି, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ବ୍ରିଜ୍‌ ଡିଜାଇନ୍‌ ମାନୁଆଲ୍‌ ଉପସ୍ଥାପନ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା କେବଳ ଏକ ମାର୍ଗଦର୍ଶକ ନୁହେଁ ବରଂ ଆମ ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍‌ଲେସ୍‌ ଷ୍ଟିଲର ପରିବର୍ତ୍ତନଶୀଳ ସାମର୍ଥ୍ୟର ଏକ ପ୍ରମାଣ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।
ପୁସ୍ତକର ଲେଖକ ଡ. ନିର୍ମାଲ୍ୟ ବନ୍ଦ୍ୟୋପାଧ୍ୟାୟ କହିଛନ୍ତି, ସେତୁ ନିର୍ମାଣ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏ ଦିଗରେ ଏହି ମାନୁଆଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ନବୀନ ଏବେ ବି ଗୃହବନ୍ଦୀ’

ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍‌ ବିଲ୍‌କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍‌କୁ ବିଜେଡି ସମର୍ଥନ ଦେବ...

ଅନ୍ତଃବସ୍ତ୍ର ପିନ୍ଧି ନ ଥିଲେ ହେବ ଜେଲ୍‌ , ଗଣିବାକୁ ପଡିବ ଜରିମାନା

ପ୍ରତ୍ୟେକ ଦେଶର ଏକ ଭିନ୍ନ ଆଇନଗତ ବ୍ୟବସ୍ଥା ଅଛି ଏବଂ ଅନେକ ପ୍ରକାରର ଆଇନ ଅଛି। ଭାରତ ଅନୁସାରେ ଏପରି ଅନେକ ସହର ଅଛି ଯେଉଁଠାରେ...

ଥାର୍ଡ AC ଟିକେଟରେ ଫାଷ୍ଟ ACରେ କରନ୍ତୁ ଯାତ୍ରା! ରେଳବାଇର ଏହି ନିୟମ ଜାଣିନେଲେ ହେବେ ଉପକୃତ…

ନୂଆଦିଲ୍ଲୀ,୬।୪: ପ୍ରତିଦିନ ଭାରତରେ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ଅଧିକାଂଶ ଯାତ୍ରୀ ଏସି କିମ୍ବା ସ୍ଲିପର କୋଚରେ ଟିକେଟ ବୁକ୍‌ କରି ଯାତ୍ରା...

ଅଫିସ ନା ଜେଲ୍‌? ଏଠାରେ କର୍ମଚାରୀଙ୍କୁ ମିଳିଥାଏ ଏମିତି ଦଣ୍ଡ, ଜାଣିଲେ…

ଯେକୌଣସି କମ୍ପାନୀରେ କାମ କରିବା ପାଇଁ କର୍ମଚାରୀଙ୍କୁ ଏପରି ଏକ ପରିବେଶ ଆବଶ୍ୟକ, ଯେଉଁଥିରେ କର୍ମଚାରୀ ତାଙ୍କ କାର୍ଯ୍ୟକୁ ସକାରାତ୍ମକ ଶକ୍ତି ସହିତ ଶେଷ କରିପାରିବେ।...

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ...

ଗାଁରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରିଥିଲି

ନୟାଗଡ଼ ଜିଲା ଗଣିଆ ବ୍ଲକ ବେଲପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଓ୍ବାଲିପୁର ଗାଁର କୌଶଲ୍ୟା ଜେନା ଓ ସ୍ବର୍ଗତ ନୀଳାମ୍ବର ଜେନାଙ୍କ ମୁଁ ହେଲି ସାନପୁଅ। ବାପା...

ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୪: ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କରାଯାଇଛି। ଅଯୋଧ୍ୟାର ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର...

US Deportation Video: ପ୍ରବାସୀଙ୍କ ନିର୍ବାସନକୁ ମଜା ଉଡାଇଲା ହ୍ବାଇଟ୍‌ ହାଉସ! ଭିଡିଓକୁ ନେଇ ନୂଆ ବିବାଦ

ଓ୍ବାଶିଂଟନ,୬।୪: ହ୍ବାଇଟ ହାଉସ ଦ୍ୱାରା ଏହାର ଅଫିସିଆଲ X ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି। ସମାଲୋଚକମାନେ ଟ୍ରମ୍ପ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image