Categories: ବାଣିଜ୍ୟ

ଅଙ୍କୁରାରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର,୩୧।୭: ଦେଶର ପ୍ରମୁଖ ଘରୋଇ ମେଡିକାଲ ଚେନ୍‌ (ଓମେନ ଆଣ୍ଡ ଚାଇଲ୍ଡ କେୟାର ହସ୍ପିଟାଲ) ଅଙ୍କୁରା ହସ୍ପିଟାଲର ଭୁବନେଶ୍ୱର ୟୁନିଟ୍‌ ଏବଂ ଭାରତୀୟ ଏଣ୍ଡୋମେଟ୍ରିଓସିସ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ପ୍ରଥମ ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌ ଆୟୋଜିତ ହୋଇଯାଇଛି। ଏପରିକି ଏହି ସମସ୍ୟା ପାଇଁ ରହିଥିବା ଆହ୍ବାନ ଉପରେ ଚିକିତ୍ସା ବିଶେଷଜ୍ଞମାନେ ନିକଟରେ ଏକତ୍ରିତ ହୋଇଥିଲେ। ଏହି ସମସ୍ୟାର ନିରାକରଣ ଓ ଚିକିତ୍ସା ବିକଳ୍ପଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷ କରି ମହିଳାଙ୍କ ଜୀବନରେ ଏଣ୍ଡୋମେଟ୍ରିଓସିସ୍‌ ଏକ ଜଟିଳ ତଥା ଆହ୍ବାନମୂଳକ ସମସ୍ୟା ହୋଇଥିଲାବେଳେ ଏଣ୍ଡୋମେଟ୍ରିଓସିସ୍‌ ଥିବା ମହିଳାମାନେ ଅନେକ ସମୟରେ ନୀରବତାର ସହ ଯନ୍ତ୍ରଣା ସହିଥାନ୍ତି, ଯଥା ପେଲ୍‌ଭିକ ଯନ୍ତ୍ରଣା,ଅତ୍ୟଧିକ ରକ୍ତସ୍ରାବ ଓ ସଂସର୍ଗକାଳୀନ ସମସ୍ୟା ଇତ୍ୟାଦି। ସେହିଭଳି ମହିଳାମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଲାଗି ଅଙ୍କୁରା ହସ୍ପିଟାଲ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ସ୍ତ୍ରୀରୋଗ ବିଶେଷଜ୍ଞ ଭାବେ ଏହି କ୍ରୋନିକ୍‌ ରୋଗକୁ ପ୍ରଭାବଶାଳୀ ଭାବେ ପରିଚାଳନା କରିବା ଲାଗି ମେଡିକାଲର ସର୍ଜିକାଲ ଦକ୍ଷତାକୁ କ୍ରମାଗତ ଭାବେ ନବୀକରଣ କରିବା ଅତ୍ୟନ୍ତ ଜରୁରି ହୋଇପଡିଛି। ଏପରିକି ଆମର ରୋଗୀମାନଙ୍କ ଯତ୍ନ ପାଇଁ ୟୁରେଟର, ବ୍ଲାଡର ଓ ଅନ୍ତନଳୀକୁ ପରିଚାଳନା କରିବା ଲାଗି ପାରଦର୍ଶିତା ଆବଶ୍ୟକ ରହିଛି। ସେହିପରି ଏହାକୁ ଦୃଷ୍ଟିରେ ରଖି ପ୍ରଥମ ଥର ଓଡ଼ିଶାର ଅଙ୍କୁରା ହସ୍ପିଟାଲ ଏଣ୍ଡୋମେଟ୍ରିଓସିସ୍‌ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପରିଚାଳନା କରିଥିଲା ଓ ଏହା ସଫଳ ହୋଇଥିବା ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ବରିଷ୍ଠ ପରାମର୍ଶଦାତା ଡା. ଜିଏସ୍‌ଏସ୍‌ ମହାପାତ୍ର କହିଛନ୍ତି। ଅପରପକ୍ଷରେ ଡା. ମହାପାତ୍ର କହିଛନ୍ତି, ଅଙ୍କୁରା ହସ୍ପିଟାଲର ଏଣ୍ଡୋମେଟ୍ରିଓସିସ୍‌ ରିଜେକ୍ସନ ଉପରେ ଧ୍ୟାନ ଦିଆଯାଇଥିବା ବିଷୟ ଉପରେ ଏକ ମାଷ୍ଟରକ୍ଲାସ୍‌, ଅନ୍ତନଳୀରେ ପ୍ରୟୋଗ ଲାଗି ଓଦା ଟିସ୍ୟୁ ସହ ଏକ ହ୍ୟାଣ୍ଡ ଅନ୍‌ ଅଧିବେଶନ ଜରିଆରେ ଆଲୋକପାତ କରାଯାଇଥଲା। ଏପରିକି ଏଣ୍ଡୋମେଟ୍ରିଓସିସ୍‌ ମାଷ୍ଟରକ୍ଲାସ୍‌ରେ ଅଂଶଗ୍ରହଣକାରୀମାନେ ଅପରେଟିଂ ଥିଏଟରରେ ଉପସ୍ଥିତ ରହିଥିଲେ ଓ ଅପରେଟିଂ ଅଧ୍ୟାପକଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ପାଇଥିଲେ।

Share