Categories: ବାଣିଜ୍ୟ

ଉତ୍କଳ ହସ୍ପିଟାଲର ପ୍ରଥମ ଏଥିକ୍ସ କମିଟି ବୈଠକ

ନୂଆଦିଲ୍ଲୀ,୬।୭: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ମଲ୍ଟି ସ୍ପେଶାଲିଟି ହେଲଥ ୟୁନିଟ ଉତ୍କଳ ହସ୍ପିଟାଲ ଭୁବନେଶ୍ୱରର ପ୍ରଥମ ଏଥିକ୍ସ କମିଟିର ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି କେନ୍ଦ୍ର ସରକାରଙ୍କର ସ୍ବାସ୍ଥ୍ୟ ଓ ଗବେଷଣା ବିଭାଗ ଦ୍ୱାରା ଅନୁମୋଦିତ ହେବା ପରେ ଏହାର ପ୍ରଥମ ବୈଠକ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ହସ୍ପିଟାଲର ମାନେଜିଙ୍ଗ ଡାଇରେକ୍ଟର ଡ. ପ୍ରଜ୍ଞାନ ରଞ୍ଜନ ଘଡେଇ ଅଧ୍ୟକ୍ଷତା କରିଥିଲା ବେଳେ ହସ୍ପିଟାଲର ସିଇଓ ଡା. ଆଶିଷ. ଚନ୍ଦ୍ରା ସ୍ବାଗତ ଅଭିଭାଷଣ ସହ ବୈଠକ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଉକ୍ତ କିମିଟିର ୧୧ଜଣ ମେମ୍ବର ପରସ୍ପରଙ୍କୁ ପରିଚୟ ପ୍ରଦାନ କରିଥିଲେ। ଏପରିକି ହସ୍ପିଟାଲର ଡିନ୍‌ ଡା.(ପ୍ର) ପ୍ରଫୁଲ୍ଲ କୁମାର ଦାଶ ଏଥିକ୍ସ କମିଟିର ପ୍ରମାଣପତ୍ରକୁ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ସହ ଏସଓପି ବୁକଲେଟ ସମସ୍ତଙ୍କୁ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ସାଇଣ୍ଟିଫିକ ରିସର୍ଚ୍ଚ କମିଟିର ସଦସ୍ୟ ହିସାବରେ ଡା. (ପ୍ର) ଲିସା ସରଙ୍ଗିଙ୍କୁ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଡ. (ପ୍ର) ବିଦ୍ଧୁ କଲ୍ୟାଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏଥିକ୍ସ କମିଟିର ସଦସ୍ୟ ଭାବେ ଯଥା ଡା.(ପ୍ର) ସୁଧାଂଶୁ ଶେଖର ମିଶ୍ର, ଡା. ଘନଶ୍ୟାମ ବିଶ୍ବାସ, ଡା.ଆନ୍ନା ସଲୋମି କେର୍କଟା, ଡା. ସିଦ୍ଧାର୍ଥ ଗିରି, ଡା. ସୁଧୀର ପଟ୍ଟନାୟକ, ଡା. ସରୋଜ କୁମାର ସାହୁ, ଡା. ନୀହାରିକା ପଟ୍ଟନାୟକ, ଆଡଭୋକେଟ ସୀତାଂଶୁ ମୋହନ ଦ୍ୱିବେଦି ଏବଂ ସ୍ବର୍ଣ୍ଣଲତା ମିଶ୍ର ଓ ହରପ୍ରିୟା ଦାସ ସାମିଲ ଅଛନ୍ତି। ଅପରପକ୍ଷରେ ଉତ୍କଳ ହସ୍ପିଟାଲର ମେଡିକାଲ ଡାଇରେକ୍ଟର ଡା.ରଞ୍ଜନ କୁମାର ମହାପାତ୍ର ମେଡିକାଲ ଗବେଷଣାରେ ଏଥିକ୍ସ କମିଟିର ଭୂମିକା ଅପରିହାର୍ଯ୍ୟ ବୋଲି ଦର୍ଶାଇ ଥିଲେ। ପରିଶେଷରେ ମେମ୍ବର ଅଫ ସେକ୍ରେଟାରି ଡା. ନୀହାରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Share