ପୃଥିବୀରେ ପ୍ରଥମ ଘଟଣା: ବିନା ଅଣ୍ଡିରା କୁମ୍ଭୀରରେ ମାଈ କୁମ୍ଭୀର ଅଣ୍ଡାରୁ ଫୁଟିଲା ଛୁଆ…

ଓ୍ବାଶିଂଟନ,୮।୬ : : ଚଳଚ୍ଚିତ୍ର ଜୁରାସିକ ପାର୍କରେ କିପରି ମାଈ ଡାଇନୋସର ଅଣ୍ଡିରା ଡାଇନୋସର ବିନା ଅଣ୍ଡାରୁ ଛୁଆ ଫୁଟାଇବା ଦେଖାଯାଇଥିଲା। ଠିକ ଏହିପରି ଏକ ଘଟଣା ଆମେରିକାରେ ଘଟିଛି। ଏଥିରେ କେତେ ସତ୍ୟତା ଅଛି ସେନେଇ ବିଭିନ୍ନ ପ୍ରକାରର ବିତର୍କ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଆମେରିକାର କୋଷ୍ଟାରିକାଠାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅଣ୍ଡିରା କୁମ୍ଭୀର ବିନା ମାଈ କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିଛି।
୧୬ ବର୍ଷ ଧରି ଏକାକୀ ରହୁଥିବା ମାଈ କୁମ୍ଭୀର ଛୁଆ ଜନ୍ମ ଦେଇଛି।

ଏହି ପ୍ରକ୍ରିୟାକୁ କୁମାରୀ ଜନ୍ମ ମଧ୍ୟ କୁହାଯାଏ। ବିଜ୍ଞାନ ପତ୍ରିକା ବାୟୋଲୋଜି ଲେଟରରେ ପ୍ରକାଶିତ ଅନୁସନ୍ଧାନରେ କୁହାଯାଇଛି ୨୦୧୮ ମସିହାରେ ଏହି ମାଈ କୁମ୍ଭୀର ଅନେକ ଅଣ୍ଡା ଦେଇଥିଲା। ମାଈ କୁମ୍ଭୀର ଦ୍ୱାରା ଅଣ୍ଡିରା କୁମ୍ଭୀର ବିନା ଅଣ୍ଡା ଦେବା ଏକ ନୂଆ କଥା ନୁହେଁ। କିନ୍ତୁ ଏହି ଅଣ୍ଡାରୁ ଛୁଆ ଫୁଟି ନ ଥାଏ। କେତେକ ସରୀସୃପଙ୍କ ମଧ୍ୟରେ ଏଭଳି ଦେଖାଯାଇଥାଇ। ଏହି ଅଣ୍ଡାଗୁଡ଼ିକୁ ଇନକ୍ୟୁବେଟରରେ ରଖାଯାଇଥିଲା।

ବୈଜ୍ଞାନିକମାନେ ଅନୁସନ୍ଧାନରେ କହିଛନ୍ତି କୁମ୍ଭୀରର ଏକ ଅଣ୍ଡା ଆଶ୍ଚର୍ଯ୍ୟଜନକ ଭାବରେ ବଢ଼ିବାକୁ ଲାଗିଲା। ଏହି ଅଣ୍ଡା ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇପାରିଲା ନାହିଁ ଏବଂ ଭିତରୁ ଏକ ଅଧା ଛୋଟ କୁମ୍ଭୀର ବାହାରିଥିଲା। ଏହି କୁମ୍ଭୀର ଛୁଆଠାରେ କେବଳ ମାଈ କୁମ୍ଭୀର ଜିନ ଦେଖିବାକୁ ମିଳିଥିଲା। ନାଗସାପ, କଇଁଛ ସମେତ ଅନ୍ୟ କେତେକଙ୍କ କ୍ଷେତ୍ରରେ ମଧ୍ୟ ଏହିପରି ଘଟିଥାଏ।

ଡିଡବ୍ଲୁ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଭର୍ଜିନିଆ ଟେକ ୟୁନିଭରସିଟିର ପ୍ରଫେସର ୱାରେନ ବୁଥ ଏହି କୁମ୍ଭୀରର ଅଣ୍ଡା ପରୀକ୍ଷା କରିଥିଲେ।

Share