ଖାଇବା ତେଲକୁ ଇନ୍ଧନ ଭାବେ ବ୍ୟବହାର କରି ପ୍ରଥମ ଥର ପାଇଁ ମହାସାଗର ପାର୍‌ କଲା ବିମାନ

ଲଣ୍ଡନ,୨୯।୧୧: ଦୁନିଆରେ ପ୍ରଥମ ଥର ପାଇଁ ଏକ ଯାତ୍ରୀବାହୀ ବିମାନ ଖାଇବା ତେଲକୁ ଇନ୍ଧନ ଭାବରେ ବ୍ୟବହାର କରି ସମୁଦ୍ର ପାର୍‌ କରି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ପହଞ୍ଚିବାରେ ସଫଳ ହୋଇଛି। ଏହି ବିମାନଟି ଉଡ଼ିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ନଭେମ୍ବର ୨୮ରେ ବିଲିୟନେୟାର ବ୍ୟବସାୟୀ ରିଚାର୍ଡ ବ୍ରେନସନଙ୍କ ବର୍ଜିନ ଆଟଲାଣ୍ଟିକର ବୋଇଙ୍ଗ -୭୮୭ ଡ୍ରିମଲାଇନର୍‌ ବିମାନ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ଉଡାଣ ଭରିଥିଲା। ଏହା ଆଟଲାଣ୍ଟିକ ମହାସାଗର ପାର ହୋଇ ଆମେରିକାର ନ୍ୟୁୟର୍କର ଜେଏଫ୍‌କେ ବିମାନବନ୍ଦରରେ ପହଞ୍ଚିଛି।

ପ୍ରକାଶ ଯେ, ବର୍ଜିନ ଆଟଲାଣ୍ଟିକ ପ୍ରତିଷ୍ଠାତା ସାର୍‌ ରିଚାର୍ଡ ବ୍ରେନସନ୍‌ଙ୍କ ବ୍ୟତୀତ ବ୍ରିଟେନର ପରିବହନ ମନ୍ତ୍ରୀ ସ୍ଥାୟୀ ବିମାନ ଚଳାଚଳ ଇନ୍ଧନ (ଏସ୍‌ଏଏଫ୍‌) ବ୍ୟବହାର କରି ଉଡ଼ୁଥିବା ଏହି ବିମାନରେ ଉପସ୍ଥିତ ଥିଲେ। ତେବେ ବିମାନରେ କୌଣସି ସାଧାରଣ ଯାତ୍ରୀ ନ ଥିଲେ।

Share