ବୀରମହାରାଜପୁରରେ ପ୍ରଥମ ମହିଳା ବ୍ଲକ ଅଧ୍ୟକ୍ଷା

ଅମରପାଲି,୧୨।୩(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବ୍ଲକ ମହିଳା ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇଛନ୍ତି।

ସ୍ଥାନୀୟ ବ୍ଲକ ସଭାଗୃହରେ ହୋଇଥିବା ନିର୍ବାଚନରେ ବ୍ଲକର ସମସ୍ତ ୧୫ଜଣ ସମିତି ସଭ୍ୟାସଭ୍ୟ ଉପସ୍ଥିତ ଥିଲେ। ତରଭା ବିଡିଓ ବିଜୟ କୁମାର ପଟେଲ ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ। ବୀରମହାରାଜପୁର ତହସିଲଦାର ବିବୁଧ ଗଡ଼ନାୟକ ଓ ଏବିଡିଓ ପୁରୁଷୋତ୍ତମ ଧରୁଆ ନିର୍ବାଚନ ପରିଚାଳନା କରିଥିଲେ। ନୂତନ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଲୁତୁରପଙ୍କ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ବ୍ଲକ ଅଧ୍ୟକ୍ଷା ଭାବେ କେବଳ ଶାନ୍ତି ଲୁହା ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚିତ ବ୍ଲକ ଅଧ୍ୟକ୍ଷା ବର୍ତ୍ତମାନ ଜିଲା ମହିଳା ବିଜେଡି ସମ୍ପାଦିକା ଅଛନ୍ତି। ତାଙ୍କ ସ୍ବାମୀ ନାରାୟଣ ଲୁହା ମଧ୍ୟ ବୀରମହାରାଜପୁର ବ୍ଲକ ଯୁବ ବିଜେଡିର ସଭାପତି ଅଛନ୍ତି। ସେ ମଧ୍ୟ ଉଫୁଲା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ନବନିର୍ବାଚତା ଅଧ୍ୟକ୍ଷା ବୀରମହାରାଜପୁରବାସୀଙ୍କୁ ଧନ୍ୟବାଦ ଦେବା ସହିତ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଉଛି ସଙ୍ଗଠନ: ଧରାପଡ଼ିଲେ ୧୩ ମାଓବାଦୀ

ମାଲକାନଗିରି,୨୨ା୧୨(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁର ଜିଲାର ଦୁଇଟି ସ୍ଥାନରୁ ୮ ଓ ସୁକମା ଜିଲା ପୋଲିସ ଦ୍ୱାରା ୪ ଲକ୍ଷ ପୁରସ୍କାର ଘୋଷିତ ୫ ମୋଟ...

ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଭୁବନେଶ୍ୱର,୨୨।୧୨: ଜାନୁଆରୀ ୧ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଧାଡ଼ି ଦର୍ଶନ। ଏନେଇ ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ।...

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ...

ବର୍ଷା ଉଜାଡ଼ିଲା ମୁଗ ଫସଲ

ଧରାକୋଟ,୨୨ା୧୨(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଧରାକୋଟ ଅଞ୍ଚଳର ବିଭିନ୍ନ ପଞ୍ଚାୟତର ଏକର ଏକର ଜମିରେ ପାଣି ଜମି ରହିଛି। ଏହାକୁ...

୩.୧୩ କେଜି ବଜ୍ରକାପ୍ତା କାତି ଜବତ, ଧରାପଡ଼ିଲେ ୪ ଅଭିଯୁକ୍ତ

ନୂଆପଡ଼ା/ଖଡିଆଳ,୨୨ା୧୨(ମକାରୁ ବେମାଲ/ସୁଜିତ ପ୍ରଧାନ): ନୂଆପଡ଼ା ଜିଲା କୋମନା ରେଞ୍ଜ ନାଗପଡ଼ା ପଞ୍ଚାୟତ ଝରଣାମାଲ ଗାଁରେ ଖଡ଼ିଆଳ ବନ ବିଭାଗ ଚଢାଉ କରି ୩ କିଲୋଗ୍ରାମ ୧୩୦...

ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…

ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ...

ଘର ତାଲା ଖୋଲି ସୁନା-ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ, ୨୨।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମଠପଦର ସାହିରେ ଜଣଙ୍କ ଘରର ଚାବି ଖୋଲି ଦୁର୍ବୃତ୍ତ ଆଲମାରୀରୁ ସୁନା ଅଳଙ୍କାର ଓ ଅନ୍ୟ...

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ

ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri