ନୂଆଦିଲ୍ଲୀ,୨୮।୧: ଚର୍ଚ୍ଚାରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲିଟଲ୍ ବୟ। ସୋସିଆଲ ପୃଷ୍ଠାରେ ହାର୍ଦ୍ଦିକ ପୁଅଙ୍କ ସହ ଏକ ଫଟୋ ଶେୟାର କରିବା ପରେ ଏହା ଭାଇରାଲ ହେଉଛି। ଫଟୋଟିକୁ ଶେୟାର କରି ସେ ଲେଖିଛନ୍ତି, ମୋ ପୁଅର ଏହା ପ୍ରଥମ ବିମାନଯାତ୍ରା। ନିକଟରେ ପିତାଙ୍କୁ ହରାଇ ବେଶ୍ ଭାଙ୍ଗି ପଡ଼ିଥିଲେ ହାର୍ଦ୍ଦିକ। ଏବେ ସେ ସାମାନ୍ୟ ଅବସ୍ଥାକୁ ଫେରିଥିବା ଆଶା କରାଯାଉଛି। ଆସନ୍ତା ଫେବୃୟାରୀରେ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ରେ ତାଙ୍କର ଦମ୍ଦାର ପ୍ରଦର୍ଶନ ଦେଖିବାକୁ ମିଳିବ ବୋଲି ପ୍ରଶଂସକ ଚାହିଁ ବସିଛନ୍ତି।
My boy’s first flight ❤️ pic.twitter.com/RMX9dMIyoe
— hardik pandya (@hardikpandya7) January 28, 2021