ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ବାଲିଆପାଳ, ୫।୮(ଗୋପାଳ ଚନ୍ଦ୍ର ସାହୁ): ରାଜ୍ୟରେ ସବୁ ନଦୀରେ ବନ୍ୟା ବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ସ୍ଥିର ରହିଥିଲା। ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ ଦେଖିବାକୁ ମିଳିଛି। ଫଳରେ ବାଲିଆପାଳ ବ୍ଲକର ନଦୀକୂଳିଆ ଓ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବାହିତ ହେବାର ଆଶଙ୍କା ରହିଛି। ସନ୍ଧ୍ୟା ୭ଟା ସୁଦ୍ଧା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୮.୧୦ ମିଟରରେ ଥିବା ବେଳେ ଏଠାରେ ସତର୍କ ସୂଚନା ୯.୪୫ମିଟର ଏବଂ ବିପଦସଂକେତ ୧୦.୩୬ ମିଟର ରହିଛି।