କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି ପ୍ରାୟ ସକାଳ ୭.୩୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଫଳରେ ରାସ୍ତା ଭଲ ଭାବରେ ଦେଖାଯାଉନଥିଲା। ଏଣୁ ଗାଡ଼ି ଚାଳକ ସବୁ ଲାଇଟ ଜଳାଇ ସାବଧାନତାର ସହ ଚଳାଇଥିଲେ। କୁହୁଡି ପରିବେଶ କୁ ଅନେକ ମନ ଭାରି ଉପଭୋଗ କରିଥିଲେ।

ବିଶେଷ କରି ରାଜପଥ, ଘାଟି ରାସ୍ତା ତଥା ଛକ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଥିଲା। କେନ୍ଦୁଝରରେ ଶୀତ ବିଳମ୍ବରେ ଆସୁଥିବା ଏବଂ ପୂର୍ବଭଳି ଶୀତ ହେଉ ନାହିଁ। ଏବେ ମଧ୍ୟ ଘରେ ବିନା ଫ୍ୟାନ୍‌ ଓ ଏସିରେ ଶୋଇ ହେଉନାହିଁ। ରାତିରେ ବାହାରେ ସାମାନ୍ୟ ଶୀତ ଅନୁଭୂତ ହେଉଛି।

ସେହିପରି ପାହାଡ଼ ଓ ଜଙ୍ଗଲ ଘେରା ଅଞ୍ଚଳରେ ଶୀତ ଧିରେ ଧିରେ ମାଡ଼ି ଆସୁଛି। ଶୀତର ମଜା ଉଠାଇବାକୁ ପ୍ରକୃତିପ୍ରେମୀ ତଥା ସାଧାରଣ ଲୋକେ ଅପେକ୍ଷା କରିଥିବା ବେଳେ ଏଭଳି କୁହୁଡ଼ି ସମସ୍ତଙ୍କ ମନରେ ଖୁସି ଓ ଶିହରଣ ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର,...

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ...

ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ ।...

ଡିଭାଇଡରରେ ପିଟି ହେଲା ବିଏମ୍‌ଡବ୍ଲ୍ୟୁ

ଭୁବନେଶ୍ୱର,୧୭।୧୦: ଚନ୍ଦ୍ରଶେଖରପୁର ଥାନା ଅଧୀନ ମୈତ୍ରୀବିହାର-ଶୈଳଶ୍ରୀବିହାର ରାସ୍ତାରେ ଗୁରୁବାର ଏକ ଦାମୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଦାମୀ କାର୍‌ଟି ମୈତ୍ରୀବିହାର-ଶୈଳଶ୍ରୀବିହାର...

କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ: ଲୋକେ ଭୟଭିତ

ବାଲିଗୁଡା,୧୭ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ ୫ ଦିନ ହେଲା ବାଘ ଆତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri