Categories: ବାଣିଜ୍ୟ

ଭୁବନେଶ୍ୱରରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର

ଭୁବନେଶ୍ୱର,୧୨।୮ : ଦେଶର ଅଗ୍ରଣୀ ଅନଲାଇନ୍‌ ଟ୍ରାଭେଲ୍‌ କମ୍ପାନୀ ଯାତ୍ରା (ୟାତ୍ରା) ର ପ୍ରଥମ ଅଫଲାଇନ୍‌ ଫ୍ରାଞ୍ଚାଇଜ୍‌ ଷ୍ଟୋର ଓଡିଶା ବଜାରରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱରର ଜୟଦେବଠାରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ରାଞ୍ଚାଇଜ୍‌ ନେଟୱାର୍କର ସମ୍ପ୍ରସାରଣ ମାଧ୍ୟମରେ ଅଫଲାଇନ୍‌ ସେଟିଂରେ ସୁବିଧା ତଥା ବାଧାମୁକ୍ତ ଭ୍ରମଣ ସମାଧାନ ବିତରଣ କରିବାକୁ ଯାତ୍ରାର ବିସ୍ତାର ପ୍ରତିବଦ୍ଧତାକୁ ସୂଚିତ କରୁଛି। ଭୌତିକ ଇଣ୍ଟରଫେସ ଗ୍ରାହକମାନଙ୍କୁ ସେମାନଙ୍କର ସମସ୍ତପ୍ରକାରର ଭ୍ରମଣ ସୁବିଧା ପାଇଁ ବ୍ୟକ୍ତିଗତ ଧ୍ୟାନ ଚାଳିତ ସେବାଗୁଡିକ ଅନୁଭବ କରାଇଥାଏ। କମ୍ପାନୀର ନୂତନ ଫ୍ରାଞ୍ଚାଇଜ୍‌ ଷ୍ଟୋରକୁ ୧୦୦% ଡିଜିଟାଇଜେସନ୍‌ କରାଯିବା ସହିତ ଗ୍ରାହକଙ୍କୁ ଯାତ୍ରାର ଉତ୍ପାଦ ତଥା ସେବାଗୁଡିକ ଉପଲବ୍ଧ କରାଯାଇ ତୁରନ୍ତ ବୁକ୍‌ କରିବାକୁ ଅନୁମତି ଦିଆଯିବ ଯେଉଁଥିରେ ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ଗନ୍ତବ୍ୟସ୍ଥଳ, ଫ୍ଲାଇଟ୍‌ ବୁକିଂ, ହୋଟେଲ ବୁକିଂ, ଭିସା ସହାୟତା ସେବା, ଭ୍ରମଣ ବୀମା ଏବଂ ଛୁଟି ପ୍ୟାକେଜ୍‌ ଇତ୍ୟାଦି ଅନ୍ତର୍ଭୂକ୍ତ ରହିବ। ଏ ସମ୍ପର୍କରେ ଯାତ୍ରାର ସିଓଓ (କର୍ପୋରେଟ୍‌ ଟ୍ରାଭେଲ୍‌ ଆଣ୍ଡ ହେଡ୍‌ ଇଣ୍ଡଷ୍ଟ୍ରି ରିଲେସନସ୍‌) ସବିନା ଚୋପ୍ରା କହିଛନ୍ତି, ପୂବାଞ୍ଚଳ ବଜାର ଭୁବନେଶ୍ୱରଠାରେ ପ୍ରଥମ ଷ୍ଟୋର୍‌ ଖୋଲି ଆମେ ବେଶ ଆନନ୍ଦିତ। ଏପରିକି ଭୁବନେଶ୍ୱରରେ ଯାତ୍ରା.କମର କାର୍ଯ୍ୟାଳୟ ଘୋଲିବା ଆମ ପାଇଁ ଏକ ବିଶେଶ ମୁହୂର୍ତକୁ ସୂଚିତ କରୁଛି। ବିଶେଷ କରି ଅଫଲାଇନ୍‌ ଷ୍ଟୋର ଯାତ୍ରୀଙ୍କୁ ସଂଯୋଗ କରିବାକୁ ଏହା ବେଶ ସାହାଯ୍ୟ କରିବ। ଯାହାଦ୍ୱାରା ବ୍ରାଣ୍ଡ ଉପରେ ବିଶ୍ୱାସ ଦୃଢ ହେବ। ସେହିଭଳି ଇଣ୍ଟରାକ୍ଟିଭ୍‌ ଷ୍ଟୋର ଅଭିଜ୍ଞତା ଏବଂ ବ୍ୟକ୍ତିଗତ ସହାୟତା ଓ ବିଶେଷଜ୍ଞ ମାର୍ଗଦର୍ଶନ ସହିତ ଆମେ ଆମର ଭ୍ରମଣକାରୀଙ୍କ ପରିବର୍ତିତ ଆବଶ୍ୟକତାକୁ ପ୍ରଥମେ ପୂରଣ କରିବା ଏବଂ ସେମାନଙ୍କର ଯାତ୍ରା ଯାତ୍ରାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ।

Share