ନୂଆ ସରକାରରେ ପ୍ରଥମ ଜନଶୁଣାଣି: ୧୫୦ରୁ ଊର୍ଦ୍ଧ୍ୱ ଅଭିଯୋଗ

ବାଲେଶ୍ୱର ଅଫିସ,୧ା୭(ମାନସ ବିଶ୍ୱାଳ): ବାଲେଶ୍ବର ଜିଲାର ସଦର ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟର ନୂତନ ସରକାର ଗଠନ ପରେ ସୋମବାର ପ୍ରଥମ କରି ଆରମ୍ଭ ହୋଇଛି ଜିଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି। ଜିଲାପାଳ ଆଶିଷ ଠାକ୍‌ରେଙ୍କ ସମେତ ଏସ୍‌ପି ସାଗରିକା ନାଥ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ। ଏହି ଜନଶୁଣାଣିକୁ ପ୍ରାୟ ୧୫୦ ଅଧିକ ଅଭିଯୋଗ ଆସିଥିବାର ଜଣାପଡ଼ିଛି।

Share