Categories: ଫୁରସତ

କେବେ ଠୁ ଆରମ୍ଭ ହୋଇଛି କିସ୍‌ ପ୍ରଥା, ପ୍ରଥମେ କିଏ ଦେଇଥିଲେ କାହାକୁ

ନୂଆଦିଲ୍ଲୀ,୧। ୩: ଇତିହାସକୁ ଆଡେଇ ଦେଖିଲେ ବୈଜ୍ଞାନିକମାନେ ପ୍ରାଚୀନ ମଣିଷଣଙ୍କ ସଭ୍ୟତା ଓ ସଂସ୍କୃତି ବିଷୟରେ ଅନେକ ଗବେଷଣା କରିଛନ୍ତି। ସେ ସମୟରେ ଲୋକମାନେ କେମିତି ରହୁଥିଲେ, କିପରି ଚଳୁଥିଲେ ଏନେଇ ମଧ୍ୟ ଅଧ୍ୟୟନରୁ ଖୁଲାସା ହୋଇଛି। ତେବେ ନିକଟରେ ଏକ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ପ୍ରେମର ଅନ୍ୟଏକ ପରିଭାଷା ଚୁମ୍ବନ ଏହା ଏବେର ସଂସ୍କୃତି ନୁହେଁ ବହୁ ପୁରାତନ କାଳରେ ଚାଲି ଆସୁଛି। ଏନେଇ ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି।

ଜାଣି ଆଶ୍ଚର୍ଯ୍ୟ ହେବେ, ଦୁନିଆରେ ପ୍ରଥମ ଚୁମ୍ବନ ବା କିସ୍‌ ୪୫୦୦ ବର୍ଷ ପୂର୍ବରୁ ହୋଇଥିଲା। ଜର୍ଣ୍ଣାଲ ସାଇନ୍ସ ଦ୍ୱାରା ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ, ଏହା ପ୍ରଥମେ ମଧ୍ୟ ପୂର୍ବର ଏକ ପ୍ରାଚୀନ ସ୍ଥାନରେ ହୋଇଥିଲା। ଯେଉଁଠାରେ ମେସୋପୋଟାମିଆ ସମାଜ ଆରମ୍ଭ ହୋଇଥିଲା। ଏସମ୍ପର୍କରେ ୨୫୦୦ ଇସା ପୂର୍ବ ପ୍ରାଚୀନ ଗ୍ରନ୍ଥରେ ଲିପିବଦ୍ଧ ରହିଛି। ମେସୋପୋଟାମିଆ ସମାରେ ଏହା ଏକ ରୋମାଣ୍ଟିକ ପ୍ରଥା ଭାବେ ପ୍ରଚଳିତ ଥିଲା।

Share