ଭାରତରେ ପ୍ରଥମ:ସବୁଜ ହାଇଡ୍ରୋଜେନ ବ୍ୟବହାର କଲା ଜିନ୍ଦଲ ଷ୍ଟେନ୍‌ଲେସ

କଳିଙ୍ଗନଗର,୫ା୩(ଶୁଭାଶିଷ ରାଉତ ):ଜିନ୍ଦଲ ଷ୍ଟେନ୍‌ଲେସ (ଜେଏସ୍‌ଏଲ) ସୋମବାର ହରିୟାଣାର ହିସାରରେ ଥିବା ଷ୍ଟେନ୍‌ଲେସ ଷ୍ଟିଲ ପ୍ଲାଣ୍ଟରେ ସବୁଜ ହାଇଡ୍ରୋଜେନର ପ୍ରଥମ ବ୍ୟବହାର ଆରମ୍ଭ କରିଛି ା ସ୍ଥିରତା ପ୍ରତି ପ୍ରତିବଦ୍ଧତା ଏବଂ ନେଟ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଭାରତର ଲକ୍ଷ୍ୟ ଅନୁଯାୟୀ ଉଦ୍ୟମ ଆରମ୍ଭ କରିଛି । ନିରନ୍ତର ବିକାଶ ଦିଗରେ କମ୍ପାନୀର ପ୍ରତିବଦ୍ଧତା ଏବଂ ଭାରତର ନେଟ ଜିରୋ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ। ଇସ୍ପାତ୍‌ ମନ୍ତ୍ରଣାଳୟର ଶାସନ ସଚିବ ନାଗେନ୍ଦ୍ର ନାଥ ସିହ୍ନା, ଜିନ୍ଦଲ ଷ୍ଟେନ୍‌ଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ ଓ ହାଇଜେନକୋ ଗ୍ରୀନ ଏନର୍ଜି (ବୈଷୟିକ ସହଭାଗୀ)ର ସିଇଓ ଅମିତ ବଂଶଲଙ୍କ ଉପସ୍ଥିତିରେ ଇସ୍ପାତ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନୂଆଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ଏହାର ଉଦ୍‌ଘାଟନ କରିଛନ୍ତି। ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ର ଇସ୍ପାତ୍‌ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟେନଲେସ ଷ୍ଟିଲ କ୍ଷେତ୍ରରେ ଭାରତର ପ୍ରଥମ ସବୁଜ ହାଇଡ୍ରୋଜେନ କାରଖାନା ଆରମ୍ଭ କରିଥିବାରୁ ମୁଁ ଉଭୟ ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ ଏବଂ ହାଇଜେନକୋକୁ ଅଭିନନ୍ଦନ ଜଣାଉଛି । ଏହି ସବୁଜ ହାଇଡ୍ରୋଜେନ ପଦକ୍ଷେପ ଇସ୍ପାତ୍‌ କ୍ଷେତ୍ରକୁ ଅଧିକ ସବୁଜ ଏବଂ ସ୍ଥାୟୀ କରିବ । ୨୦୭୦ ସୁଦ୍ଧା ନେଟ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁରଦୃଷ୍ଟି ଅନୁଯାୟୀ ଇସ୍ପାତ କ୍ଷେତ୍ର ଏକ ସବୁଜ ଭବିଷ୍ୟତ ପାଇଁ ନବୋନ୍ମେଷ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି ।
ଏହି ପ୍ରକଳ୍ପକୁ ନେଇ ଆଶାବାଦୀ ଥିବା ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ସଷ୍ଟେନେବଲିଟି ପାଇଁ ଆମର ପ୍ରତିବଦ୍ଧତା ଏହି ପାଇଲଟ ପ୍ରୋଜେକ୍ଟରୁ ଊଦ୍ଧର୍‌ବରେ। ଏହା କେବଳ ଆରମ୍ଭ ମାତ୍ର; ଷ୍ଟେନ୍‌ଲେସ ଷ୍ଟିଲ ଉତ୍ପାଦନର ଅନ୍ୟାନ୍ୟ ପ୍ରକ୍ରିୟାରେ ସଫଳ ପ୍ରୟୋଗକୁ ଦୃଷ୍ଟିରେ ରଖି ଆମେ ଏହାକୁ ବଢ଼ାଇବୁ। ଆମେ ଅନୁଭବ କରୁ ଯେ ସଷ୍ଟେନେବିଲିଟି କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏକ ଯାତ୍ରା, ଯାହା ନିରନ୍ତର ପ୍ରୟାସ ଏବଂ ନୂତନତ୍ୱ ଆବଶ୍ୟକ କରେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri