Posted inଜାତୀୟ

ଭାରତ ଇତିହାସରେ ପ୍ରଥମ: ମୋଦିଙ୍କ କ୍ୟାବିନେଟରେ ନାହାନ୍ତି ମୁସଲମାନ ମନ୍ତ୍ରୀ

ନୂଆଦିଲ୍ଲୀ,୧୧ା୬:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ୍‌ରେ ଜଣେ ହେଲେ ମୁସଲମାନଙ୍କୁ ସ୍ଥାନ ମିଳିନାହିଁ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା। ୭୨ ଜଣିଆ ମନ୍ତ୍ରିମଣ୍ଡଳରେ ବିଭିନ୍ନ ରାଜ୍ୟ, ବର୍ଗ ଓ ଜାତିରୁ ପ୍ରତିନିଧିତ୍ୱ ମିଳିଥିବାବେଳେ ୨୦ କୋଟି ଜନସଂଖ୍ୟା ଥିବା ମୁସଲମାନ ସମ୍ପ୍ରଦାୟରୁ ଜଣକୁ ସୁଯୋଗ ନ ମିଳିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ମୁଖ୍‌ତାର ଆବାସ ନକ୍‌ଭି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଥିଲେ। ୩ ବର୍ଷ ପରେ ସେ ରାଜ୍ୟ ସଭାକୁ ପୁନଃ ନିର୍ବାଚିତ ହୋଇ ନ ପାରିବାରୁ ମନ୍ତ୍ରିମଣ୍ଡଳ ମୁସଲମାନ ଶୂନ୍ୟ ହୋଇଯାଇଥିଲା। ୨୦୧୪ରେ ମୋଦିଙ୍କ ପ୍ରଥମ ପାଳି ସରକାରରେ ରାଜ୍ୟ ସଭା ସଦସ୍ୟ ନଜମା ହେପତୁଲ୍ଲା ଏକମାତ୍ର ମୁସଲମାନ ମନ୍ତ୍ରୀ ଥିଲେ। ତାଙ୍କୁ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ମିଳିଥିଲା। ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରରେ ୨ ମୁସଲମାନ ମନ୍ତ୍ରୀ ଥିଲେ ଶାହନଓ୍ବାଜ ହୁସେନ୍‌ ଏବଂ ଓମାର ଅବଦୁଲ୍ଲା। ୧୯୯୮ରେ ବାଜପେୟୀ ସରକାରରେ ନକ୍‌ଭିଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ୨୦୦୪ ଏବଂ ୨୦୦୯ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରରେ ଯଥାକ୍ରମେ ୪ ଓ ୫ ଜଣ ମୁସଲମାନ ମନ୍ତ୍ରୀ ହୋଇଥିଲେ। ଏହା ପୂର୍ବରୁ ସବୁ ସରକାରରେ ଅନୂ୍ୟନ ଜଣେ ମୁସଲମାନ ମନ୍ତ୍ରୀ ରହୁଥିଲେ। ଅଷ୍ଟାଦଶ ଲୋକ ସଭାକୁ ୨୪ ଜଣ ମୁସଲମାନ ଏମ୍‌ପି ନିର୍ବାଚିତ ହୋଇଛନ୍ତି। ଇଣ୍ଡିଆ ମେଣ୍ଟରୁ ୨୧ ଜଣ ମୁସଲମାନ ଏମ୍‌ପି ଜିତିଥିବାବେଳେ ଏଆଇଏମ୍‌ଆଇଏମ୍‌ରୁ ଜଣେ, ଜମ୍ମୁ-କଶ୍ମୀର ଏବଂ ଲଦାଖରୁ ଜଣେ ଲେଖାଏ ମୁସଲମାନ ଏମ୍‌ପି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ନିର୍ବାଚନରେ ହାରିବେ ଭିନେଶ ଫୋଗାଟ? ଟିକେଟ ମିଳିବା ପରେ ରାଗିଲେ ବ୍ରିଜଭୂଷଣ

ନୂଆଦିଲ୍ଲୀ,୭।୯: ଦେଶର ରାଜନୀତି ବିଷୟରେ କହିବାକୁ ଗଲେ ବର୍ତ୍ତମାନ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସବୁଆଡେ ଆଲୋଚନା ହେଉଛି। ଏହି ନିର୍ବାଚନରେ ରେସଲର...

ପୂଜାଙ୍କ ଉପରେ ପଡିଲା ଚଡକ, ତତ୍କାଳ ପ୍ରଭାବରେ ପ୍ରଶାସନିକ ସେବାରୁ ହଟିଲେ ଖେଡକର

ନୂଆଦିଲ୍ଲୀ,୭।୯: ମହାରାଷ୍ଟ୍ରର ପୂର୍ବତନ ଆଇଏଏସ ପ୍ରଶିକ୍ଷକ ପୂଜା ଖେଡକରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନ୍ୟୁଜ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ କେନ୍ଦ୍ର ସରକାର ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri