ଓଡ଼ିଶାରେ ପ୍ରଥମ: ଚିଲିକାରେ ମାଛ ସଂଗ୍ରହାଳୟ

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଚିଲିକା ସହ ଯୋଡ଼ିହୋଇଛି ଆଉଏକ ସଫଳତା। ଦୀର୍ଘଦିନର ପ୍ରତୀକ୍ଷା ପରେ ଚିଲିକା ହ୍ରଦ କୂଳରେ ନିର୍ମାଣ ହୋଇଛି ଓଡ଼ିଶାର ପ୍ରଥମ ଫିଶ୍‌ ମ୍ୟୁଜିୟମ୍‌ ବା ମାଛ ସଂଗ୍ରହାଳୟ। ଏସିଆ ମହାଦେଶର ଏହି ସର୍ବବୃହତ୍‌ ଲବଣାକ୍ତ ହ୍ରଦ ଶତାଧିକ ପ୍ରଜାତି ମାଛଙ୍କ ବାସସ୍ଥାନ ହୋଇଥିବାବେଳେ ଏହାକୁ ପର୍ଯ୍ୟଟକ ଓ ବିଶ୍ୱବାସୀଙ୍କ ନଜରକୁ ଆଣିବାକୁ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଚିଲିକାରେ ରହୁଥିବା ବିବିଧ ପ୍ରଜାତିର ମାଛଙ୍କୁ ଏହି ମ୍ୟୁଜିୟମ୍‌ ମଧ୍ୟରେ ଲୋକେ ଦେଖିପାରିବେ। ତେବେ ଏହି ମ୍ୟୁଜିୟମ୍‌ ଏବେ ଖୋଲାଯିବ ନାହିଁ। କରୋନା ମହାମାରୀ ପରିସ୍ଥିତିରେ ସୁଧାର ଆସିଲେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।
ବର୍ତ୍ତମାନ ଏହି ହ୍ରଦରେ ୩୩୦ ପ୍ରକାରର ମାଛ ଓ ୧୨ ପ୍ରଜାତିର ଚିଙ୍ଗୁଡ଼ି ରହୁଥିବା ଦେଖାଯାଏ। ଏଥିପାଇଁ ଚିଲିକା ଉପରେ ନିର୍ଭର କରି ଆଖପାଖ ୧୩୨ ଗାଁର ୨ଲକ୍ଷରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଜୀବିକା ନିର୍ବାହ କରୁଛନ୍ତି। ଓଡ଼ିଶାରୁ ବାହାରକୁ ରପ୍ତାନି ହେଉଥିବା ସାମୁଦ୍ରିକ ଖାଦ୍ୟ ବା ସି’ ଫୁଡ୍‌ର ୨୦% କେବଳ ଚିଲିକାରୁ ମିଳୁଛି, ଯାହାକୁ ଏହି ମ୍ୟୁଜିୟମ୍‌ ମାଧ୍ୟମରେ ପ୍ରଦର୍ଶିତ କରାଯିବ। କନ୍‌ଭେନଶନାଲ ଆର୍‌ସିସି ଷ୍ଟ୍ରକ୍‌ଚରରେ ମାଛ ଆକୃତିରେ ନିର୍ମିତ ଏହି ମ୍ୟୁଜିୟମ୍‌ ଚିଲିକାର ପଶ୍ଚିମ ଦିଗରେ ବଡ଼କୁଳ ନିକଟରେ ରହିଛି। ଏହାର ଆର୍କିଟେକ୍‌ଚର୍‌ ଡିଜାଇନ୍‌ ବିଶେଷ ଆକର୍ଷଣୀୟ ହୋଇଥିବାବେଳେ ଆଗାମୀଦିନରେ ଏହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ ବୋଲି କୁହାଯାଉଛି। ବିଶ୍ୱ ଐତିହ୍ୟସ୍ଥଳୀର ସଂକ୍ଷିପ୍ତ ତାଲିକାରେ ସ୍ଥାନ ପାଇଥିବା ଚିଲିକାର ବିକାଶ ଲାଗି ଗତ କିଛିବର୍ଷ ହେଲା ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ଥିବା ଜୈବ ବିବିଧତାର ସଂରକ୍ଷଣ କରାଯିବା ସହ ସ୍ଥାନୀୟ ଲୋକଙ୍କୁ କିଭଳି ରୋଜଗାର ଓ ଥଇଥାନ କରାଯିବ ସେନେଇ ଆଲୋଚନା ହୋଇଛି। ସିଡିଏ ପକ୍ଷରୁ ଚିଲିକାରେ ଥିବା ବେଆଇନ୍‌ ଚିଙ୍ଗୁଡି ଘେରି ହଟାଇ ଦିଆଯିବା ସହ ପର୍ଯ୍ୟଟନ ବିଭାଗ ପକ୍ଷରୁ ହ୍ରଦ ଚାରିପାର୍ଶ୍ୱରେ ଥିବା ଦ୍ୱୀପକୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ କରିବାକୁ ଯୋଜନା ହୋଇଛି। ଗତ ୩ବର୍ଷ ମଧ୍ୟରେ ଚିଲିକା ହ୍ରଦରେ ଥିବା ୧୬୦ ବର୍ଗକିମିରୁ ଅଧିକ ବେଆଇନ ଘେରିକୁ ଉଚ୍ଛେଦ କରାଯାଇଛି। ଏହାର ଅନୁକୂଳ ପ୍ରଭାବ ଏବେ ଚିଲିକାର ପ୍ରାକୃତିକ ପରିବେଶ ଉପରେ ପଡିଛି। ହ୍ରଦରେ ସାମୁଦ୍ରିକ ଘାସ ତଥା ସବୁଜିମା ବୃଦ୍ଧି ପାଇବା ସହ ପୂର୍ବଭଳି ସ୍ପଞ୍ଜ୍‌ ସୃଷ୍ଟିହୋଇଛି। ମୁହାଣରୁ ଘେରି ଓ ଖନ୍ଦା ସଫା ହେବାଦ୍ୱାରା ଚିଲିକା ଓ ସଂଲଗ୍ନ କେନାଲଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଦୀର୍ଘ ଦଶନ୍ଧି ପରେ ଗଞ୍ଜାମ ଜିଲାର ପାଲୁର କେନାଲରେ ଇର୍‌ଓ୍ବାଡ଼ି ଡଲ୍‌ଫିନଙ୍କୁ ଦେଖିବାକୁ ମିଳୁଛି। ଦଳ ଦଳ ଡଲ୍‌ଫିନ୍‌ କେନାଲ ମଧ୍ୟକୁ ଖାଦ୍ୟ ସନ୍ଧାନରେ ଆସୁଥିବାରୁ ଆଗାମୀଦିନରେ ଏହି ବିରଳ ସାମୁଦ୍ରିକ ପ୍ରାଣୀଙ୍କ ବଂଶବୃଦ୍ଧି ହେବ ବୋଲି ଆଶା କରାଯାଉଛି। ଏହାଛଡ଼ା ବିଭିନ୍ନ ପ୍ରକାର ମାଛ ସହ ୩୭ ପ୍ରଜାତିର ସରୀସୃପ ଏବଂ ଉଭୟଚର ପ୍ରାଣୀ ଓ ଶୀତଦିନେ ଚିଲିକା ଆସୁଥିବା ୬୦ରୁ ଊର୍ଦ୍ଧ୍ୱ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ବାସସ୍ଥାନ ସୁରକ୍ଷିତ ରହିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ…. 

ମୋହନା,୨୭।୧୧(ମନ୍ନମଥ ମିଶ୍ର): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।  ଗୋଟିଏ ପରେ ଗୋଟିଏ କିସ୍ତି ଆସିବା ପରେ  ସୁଭଦ୍ରା ଟଙ୍କା ପାଇବା...

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା, କାଲି ଓଡ଼ିଶାରେ…

ଭୁବନେଶ୍ୱର,୨୭।୧୧: ବଙ୍ଗୋପସାଗରରେ ଡରାଇଲାଣି ଆଉ ଏକ ବାତ୍ୟା । ମୌସୁମୀ ଅପସାରଣ ପରେ ସୃଷ୍ଟି ହେବାକୁ ଯାଉଛି ଦ୍ବିତୀୟ ବାତ୍ୟା । ଏ ନେଇ ପାଣିପାଗ...

‘ଧରିତ୍ରୀ’ରେ ପ୍ରକାଶିତ ଖବର ପରେ କାର୍ଯ୍ୟାନୁଷ୍ଠାନ: ନିଜ ପ୍ରାପ୍ୟ ପାଇଲେ କାଥରୀନା

ଦାରିଙ୍ଗବାଡି,୨୭।୧୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଦଡିବାଡି ଗ୍ରାମର କାଥରୀନା ଦିଗାଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ...

ଆରୁହା ଖାଦାନ ବନ୍ଦ ନିର୍ଦ୍ଦେଶ

ଯାଜପୁର,୨୭।୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ବେଆଇନ କ୍ରଶର ଏବଂ କଳାପଥର ଖାଦାନ ମାଲିକମାନେ କୌଣସି ନୀତିନିୟମକୁ ମାନୁ ନାହାନ୍ତି। ଏପରି କି ଲଘୁଖଣି...

କନିଷ୍ଠ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର,୨୭।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ଆଜି ସକାଳୁ ସ୍ଥାନୀୟ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ଜାରି...

ସରୁନି ଡୁବଡୁବି ନଦୀ ପୋଲ ନିର୍ମାଣ

ବାଲେଶ୍ୱର, ୨୭।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ନିର୍ବାଚନମଣ୍ଡଳୀର ସାର୍ଥା ଓ କଷାଫଳ ପଞ୍ଚାୟତ ମଧ୍ୟରେ ଥିବା ଡୁବୁଡୁବି ନଦୀର ସାହୁଘାଟଠାରେ ନିର୍ମାଣାଧୀନ ପୋଲ ସମ୍ପୂର୍ଣ୍ଣ ହୋଇପାରୁନି। ୨୦୧୭-୧୮ରୁ...

ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନି ଆଳୁ ବିହନ

ମହାକାଳପଡ଼ା, ୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଚାଷୀମାନଙ୍କୁ ଆଳୁଚାଷ ନିମନ୍ତେ ପ୍ରୋତ୍ସାହିତ କରୁଛନ୍ତି। ବଜାରରେ ଆଳୁ ସଙ୍କଟ ଥିବା ସମୟରେ ଯେପରି ଚାଷୀଟିଏ...

ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ

ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri