ଲଣ୍ଡନ,୩୦।୧୧: ପୃଥିବୀ ଇତିହାସରେ ପ୍ରଥମ ଥର ପାଇଁ ବାୟୁ ପ୍ରଦୂଷଣ ଯୋଗୁ ମୃତ୍ୟୁ ଘଟିଥିବା ଏକ ମାମଲାର ବିଚାର କରାଯିବ। ବ୍ରିଟେନ୍ ହାଇକୋର୍ଟରେ ସୋମବାର ଏଭଳି ଏକ ମାମଲାର ଶୁଣାଣି କରାଯିବ। ୨୦୧୩ ଫେବୃୟାରୀ ୧୫ରେ ଲଣ୍ଡନରେ ବାସ କରୁଥିବା ୯ ବର୍ଷ ବୟସ୍କା ଇଲ୍ଲା କିସି ଦେବରାହଙ୍କ ମୃତ୍ୟୁ ଘଟିଥିଲା। ବାୟୁ ପ୍ରଦୂଷଣ ଯୋଗୁ ତାଙ୍କର ଫୁସ୍ଫୁସ୍ରେ ସଂକ୍ରମଣ ଘଟିବାରୁ ଏଭଳି ହୋଇଥିବା ଡାକ୍ତର କହିଥିଲେ। ପ୍ରଦୂଷଣ ବିରୋଧରେ ଅଭିଯାନ ଜାରି ରଖିଥିବା ଇଲ୍ଲାଙ୍କ ମା’ରୋଜାମୁଣ୍ଡ କିସି ଦେବରାହ ଲଣ୍ଡନ ଏନେଇ ଏକ ମାମଲା ରୁଜୁ କରିଥିଲେ। ଏହାର ବିଚାର କରିବା ଲାଗି ହାଇକୋର୍ଟ ସ୍ବୀକୃତି ଦେଇଥିଲେ। ବାୟୁ ପ୍ରଦୂଷଣ ରୋକିବାରେ ସ୍ଥାନୀୟ ପ୍ରଶାସନ ଅସଫଳ ରହିଥିବା ରୋଜାମୁଣ୍ଡ ଆବେଦନ ପତ୍ରରେ ଉଲ୍ଲେଖ କରିଛନ୍ତି। ଇଲ୍ଲାଙ୍କ ଫୁସ୍ଫୁସ୍ରେ ୨୦୧୦ଠାରୁ ସଂକ୍ରମଣ ହୋଇଥିବାବେଳେ ସେ ୨୭ ଥର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।