ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ରେ ପ୍ରଥମେଶ

ଖଇରା, ୧୦।୧୦(ଡି.ଏନ.ଏ.): ମାତ୍ର ୧୬ସେକେଣ୍ଡରେ ଓଡ଼ିଶାର ୩୦ଟି ଜିଲାର ନାମ କହି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ବାଲେଶ୍ୱର ଜିଲା ଖଇରା ବ୍ଲକ ସାରକେଣା ଗ୍ରାମର ପ୍ରଥମେଶ ମହାପାତ୍ର। ସାରକୋଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀର ପଢୁଥିବା ପ୍ରଥମେଶ ରଘୁନାଥ ମହାପାତ୍ର ଓ ଇତିସ୍ମିତା ସେଠୀଙ୍କ ପୁଅ। ଗତ ଅଗଷ୍ଟ ୧୮ତାରିଖରେ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସେ ଅନଲାଇନରେ ଆବେଦନ କରିଥିଲେ। ୨୦ତାରିଖରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ା ଅଗଷ୍ଟ ୨୫ତାରିଖରେ ପ୍ରକାଶିତ ଫଳାଫଳରେ ତାଙ୍କ ନାମ ଘୋଷଣା କରାଯାଇଥିଲା। ୨ଦିନ ତଳେ ଇଣ୍ଡିଆ ବୁକ ଅଫ ରେକର୍ଡସ୍‌ ତରଫରୁ କୋରିୟରରେ ତାଙ୍କ ନିକଟକୁ ମାନପତ୍ର, ମେଡାଲ ଓ କିଛି ପୁସ୍ତକ ପହଞ୍ଚିଛି। ତାଙ୍କ ବାପା ରଘୁନାଥ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମା’ ଇତିସ୍ମିତା ଝିଙ୍କିରିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ।