Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ଜଗନ୍ନାଥଙ୍କ ପାଖେ ଭୋଗ କରିଥିଲି: ଡ. ସୁଧୀର ଚନ୍ଦ୍ର ଜେନା

ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମରେ ମୋର ଜନ୍ମ। ଶଂଶା ଦେବୀ ଓ ଦୈତାରୀ ଜେନାଙ୍କର ମୁଁ ହେଲି ଶେଷ ସନ୍ତାନ। ଗୋଟିଏ ନିମ୍ନ ମଧ୍ୟବିତ୍ତ ଓ ଚାଷୀ ପରିବାରର ପିଲା ଭାବରେ ମୋତେ ଜୀବନରେ ବହୁବିଧ ଆର୍ଥିକ ଓ ସାମାଜିକ ସଂଘର୍ଷର ସାମ୍‌ନା କରିବାକୁ ପଡ଼ିଥିଲା। ଏପରି କି ମାଟ୍ରିକ୍‌ ପାସ୍‌ କରିବା ପରେ ବାପା ମୋତେ ଆଉ ନ ପଢ଼ିବା ପାଇଁ କହୁଥିଲେ। କିନ୍ତୁ ମୋର ପାଠ ପଢ଼ିବାର ଆଗ୍ରହକୁ କେହି ରୋକିପାରି ନ ଥିଲେ। ଆର୍ଥିକ ଦୁରବସ୍ଥା ଭିତରେ ବି ବହୁ କଷ୍ଟରେ ମୁଁ ମୋର ପାଠପଢ଼ାକୁ ଜାରି ରଖି ଯାଜପୁରର ଏନ୍‌.ସି. କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ସାରିବା ପରେ ବାଣୀବିହାରରେ ପି.ଜି., ଏମ୍‌ଫିଲ୍‌ ଓ ପିଏଚ୍‌.ଡି. କରିଥିଲି। ସୌଭାଗ୍ୟକୁ ରାଜନୀତି ବିଜ୍ଞାନର ଅଧ୍ୟାପକ ଭାବେ ମୋର ପ୍ରଥମ ପୋଷ୍ଟିଂ ବି ସେହି ବାଣୀବିହାରରେ ହିଁ ହୋଇଥିଲା। ୭୦୦ ଟଙ୍କା ଥିଲା ମୋର ପ୍ରଥମ ଦରମା। ଜୀବନରେ ବହୁ କଷ୍ଟ ସହି ରୋଜଗାର କରିଥିବା ଏହି ଟଙ୍କା ମୋ ପାଇଁ ଅମୂଲ୍ୟ ଥିଲା। ତେଣୁ ସେହି ଟଙ୍କାରେ ମୁଁ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗାଇଥିଲି। ତେବେ ବାଣୀବିହାର ପରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ, ବାରିପଦାର ଏମ୍‌.ପି.ସି. ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟରେ କିଛି କିଛି ବର୍ଷ ଅଧ୍ୟାପନା କରିବା ପରେ ଏଇ କିଛିଦିନ ହେବ ପ୍ରଫେସର ଭାବେ ଚାକିରିରୁ ଅବସର ନେଇଛି। ଅବସର ପରେ ବି ମୋର ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ଗବେଷଣା ସେମିତି ଜାରି ରଖିଛି। ଅଧ୍ୟାପନା ସହିତ ଲେଖାଲେଖିରେ ବି ମୋର ରୁଚି ରହିଛି। ୟା’ ଭିତରେ ଗବେଷଣା, ନିବନ୍ଧ, ସନ୍ଦର୍ଭ, ପ୍ରବନ୍ଧ ତଥା ରାଜନୀତି ବିଜ୍ଞାନ ସମ୍ପର୍କିତ ପାଠ୍ୟକ୍ରମକୁ ନେଇ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ମୋର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶିତ ହୋଇସାରିଛି। ୧୯୯୭ ମସିହାରେ ମୋର ପ୍ରଥମ ପୁସ୍ତକ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଉନ୍ମୋଚିତ ହୋଇଥିଲା। ଶିକ୍ଷା ପ୍ରତି ନିବିଡ଼ତା ଓ ଗବେଷଣା ପ୍ରତି ଆଗ୍ରହ ପାଇଁ ମୁଁ ବିଭିନ୍ନ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ; ଯେମିତି କି ଭାରତୀୟ ସମାଜ ବିଜ୍ଞାନ ଏକାଡେମୀ, ରାଷ୍ଟ୍ରୀୟ ସମାଜ ବିଜ୍ଞାନ ପରିଷଦ, ଭାରତୀୟ ଲୋକ ପ୍ରଶାସନ ସଂସ୍ଥା, ଭାରତୀୟ ରାଜନୀତି ସମିତି, ଭାରତୀୟ ନାରୀ ଅଧ୍ୟୟନ ସମିତି, ଭାରତୀୟ ଗାନ୍ଧୀ ଅଧ୍ୟୟନ ସମିତି ଇତ୍ୟାଦି ଅନ୍ୟତମ। ସେହିପରି ଅନ୍ତର୍ଜାତୀୟ ଅଧ୍ୟୟନ ଓ ଗବେଷଣା ପାଇଁ ଭାରତ-ଆମେରିକା କେନ୍ଦ୍ରର ମୁଁ ହେଉଛି ଜଣେ ଆଜୀବନ ସଭ୍ୟ ଓ କର୍ମକର୍ତ୍ତା। ଏହାଛଡ଼ା ମୁଁ ମଧ୍ୟ ‘ଓଡ଼ିଶା ସମାଜ ବିଜ୍ଞାନ ପରିଷଦ’ର ଓଡ଼ିଶା ଶାଖାର ପ୍ରତିଷ୍ଠାତା। ମୋର ଏହି ଗବେଷଣା ନିଶା ଯୋଗୁ ମୁଁ ଅନେକ ସେମିନାରରେ ବି ମୁଖ୍ୟବକ୍ତା ଭାବେ ଆମନ୍ତ୍ରିତ ହୋଇଯାଇଛି। ଏତଦ୍‌ବ୍ୟତୀତ ସମାଜସେବା ଏବଂ ପରିବେଶ ସୁରକ୍ଷା ପାଇଁ ଅନେକ କାମ ମଧ୍ୟ କରିଛି; ଯେମିତିକି ନିଜ ଗାଁର କିଛି ଯୁବକ ଓ ପୁରାତନ ଛାତ୍ରୀଛାତ୍ରଙ୍କ ସହଯୋଗରେ ଏକ ଚାରିଟେବୁଲ ଟ୍ରଷ୍ଟ ଗଠନ କରି ଗାଁର ଅତି ଅଭାବୀ ପରିବାର ପାଇଁ ମାସିକ ପେନ୍‌ସନ୍‌ର ବ୍ୟବସ୍ଥା କରିବା ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ଇତ୍ୟାଦି କାର୍ଯ୍ୟ ଅନ୍ୟତମ। ଯେଉଁଥିପାଇଁ ମୋତେ ‘ଓ୍ବାଲର୍‌ଡ ଗ୍ରୀନ୍‌ ଡେ’ରେ ଦିଲ୍ଲୀରେ ପୁରସ୍କୃତ ବି କରାଯାଇଛି। କେବଳ ସମାଜସେବା ନୁହେଁ, ଗବେଷଣା ଓ ପ୍ରକାଶିତ ପୁସ୍ତକ ପାଇଁ ମଧ୍ୟ ମୁଁ ବିଭିନ୍ନ ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇସାରିଛି। ଏପରିକି ଯୁବ ରେଡକ୍ରସ୍‌ର ଜଣେ ପରାମର୍ଶଦାତା ଭାବେ ୨୦୧୫-୧୬ ଶିକ୍ଷାବର୍ଷରେ ସର୍ବଶ୍ରେଷ୍ଠ କୃତ୍ତିତ୍ୱ ପାଇଁ ମୁଁ ରାଜ୍ୟପାଳଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛି, ଯାହା ମୋ ପାଇଁ ଅତି ଖୁସିର କଥା ଥିଲା। ତେବେ ମୋ ଜୀବନରେ କିଛିଟା ସ୍ବପ୍ନ ରହିଛି; ଯେମିତିକି ନିଜ ଗାଁରେ ଏକ ଗାନ୍ଧୀ ଭବନର ପ୍ରତିଷ୍ଠା କରିବା, ଦୁର୍ନୀତିମୁକ୍ତ ସମାଜ ସାଙ୍ଗକୁ ଏକ ସବୁଜିମାଭରା ଗ୍ରାମାଞ୍ଚଳ ଗଢ଼ିବା। ଏଥିସହିତ ଶେଷଜୀବନ ନିଜ ଗାଁରେ କଟାଇବା।
-ନମିତା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

Shocking News: ବିନା ବେକରେ ଦେଢ଼ ବର୍ଷ ଯାଏ ବଞ୍ଚିଲା କୁକୁଡ଼ା, ଚମତ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ବୈଜ୍ଞାନିକ

ଯଦି କାହାର ବେକ କଟିଯାଏ, ତେବେ ସେ କ’ଣ ବଞ୍ଚିପାରିବ? ଏହି ପ୍ରଶ୍ନର ସ୍ପଷ୍ଟ ଉତ୍ତର ହେବ – ନା। ହେଲେ ଆମେ ଆପଣଙ୍କୁ ଏପରି...

ପ୍ରଥମ ଦରମା ବୋଉକୁ ଦେଇଥିଲି

ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ି ଗ୍ରାମପଞ୍ଚାୟତର ନୂଆପଡ଼ା ଗାଁର ଏକ ପାଇକ ପରିବାରରେ ମୋ ଜନ୍ମ। ମୁଁ  ଘରର ପ୍ରଥମ ସନ୍ତାନ। ଗାଁଟି ନିପଟ...

କ’ଣ ପାଓ୍ବାର ବ୍ୟାଙ୍କ୍‌ ବ୍ୟବହାର କରିବା ଦ୍ୱାରା ଫୋନ ଖରାପ ହୋଇଯାଏ? ଜାଣନ୍ତୁ…

ଆଜିକାଲି ସ୍ମାର୍ଟଫୋନର ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଚାର୍ଜିଂ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି। ସ୍ମାର୍ଟଫୋନ ଚାର୍ଜ କରିବା ପାଇଁ ପାୱାର ବ୍ୟାଙ୍କର...

Baba Vanga Prediction: ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏହି ୩ରାଶିର ଲୋକ ହେବେ କୋଟିପତି!

ବାବା ଭେଙ୍ଗା ୩ଟି ରାଶି ବିଷୟରେ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଦୁନିଆରେ ଏକରୁ ଅଧିକ ପ୍ରସିଦ୍ଧ ଭବିଷ୍ୟବକ୍ତା ଥିଲେ, ଯାହାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି।...

Air Cooler: କୁଲର୍‌ କେତେ ପ୍ରକାରର? ଏବେ କିଣିବାକୁ ଭାବୁଥିଲେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି । ଦିନକୁ ଦିନ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ବୃଦ୍ଧି ପାଉଥିବା ଯୋଗୁ ଘରେ କୁଲର ଏବଂ ଏସି ଆରମ୍ଭ...

Shani Gochar 2025: ୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ: ଏହି ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ଆଜି ବର୍ଷର ପ୍ରଥମ ସୂର୍ଯ୍ୟଗ୍ରହଣ। ଏହାସହ ସୂର୍ଯ୍ୟ ଦେବଙ୍କ ପୁତ୍ର ତଥା ନ୍ୟାୟାଧିପତି ଶନିଦେବ କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ। ୩୦...

ଇତିହାସ ରଚିଲେ ରୋଶନି ନାଦର, ହେଲେ ବିଶ୍ୱର ୫ମ ଧନୀ ମହିଳା, ଜାଣନ୍ତୁ ତାଙ୍କ ସମ୍ପତ୍ତିର ମୂଲ୍ୟ

ନୂଆଦିଲ୍ଲୀ,୨୭।୩: ସମ୍ପ୍ରତି, HCL ଗ୍ରୁପ ପ୍ରତିଷ୍ଠାତା ଶିବ ନାଦର ଏଚସିଏଲ କର୍ପ ଏବଂ ଭାମା ଦିଲ୍ଲୀରେ ତାଙ୍କର ୪୭ ପ୍ରତିଶତ ଅଂଶଧନ ତାଙ୍କ ଝିଅ ରୋଶନି...

ବ୍ରିଜ ଉପରେ ଷ୍ଟଣ୍ଟ କରୁଥିଲେ ଯୁବତୀ, ହଠାତ୍‌ ଖସିଗଲା ହାତ, ଭିଡିଓ ହେଉଛି ଭାଇରାଲ

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ସୁନ୍ଦରୀ ଯୁବତୀ କାଠ ପୋଲ ଉପରେ ଷ୍ଟଣ୍ଟ କରୁଥିବାର ଦେଖାଯାଉଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image