Posted inUncategorized

ପ୍ରଥମ ରୋଜଗାର: ଗଡ଼ ଜିଣିବା ଭଳି ମନେ ହେଉଥିଲା

ନିଜର ‘ପ୍ରଥମ ରୋଜଗାର’ କହିଲେ ଭିନ୍ନ ଭିନ୍ନ ଅର୍ଥ ଆସିପାରେ। ଜୀବନରେ ପ୍ରଥମ ଥର ପାଇଁ କୌଣସି କାମ କରି, ଅଥବା ଚାକିରିକରି କିମ୍ବା ଅନ୍ୟ କୌଣସି ଉପାୟରେ କରିଥିବା ରୋଜଗାରକୁ ପ୍ରଥମ ରୋଜଗାର କୁହାଯାଇପାରେ। ମୋ ପାଇଁ କିନ୍ତୁ ପ୍ରଥମ ରୋଜଗାର କହିଲେ, ମୁଁ ସ୍କୁଲରେ ପାଇଥିବା ବୃତ୍ତି ଟଙ୍କାକୁ ହିଁ ବୁଝେ। କାରଣ ମୋ ବୋଉ ମତେ ସେମିତି ହିଁ କହିଥିଲା। ମୋ ପିଲାଦିନର ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଟିଛି କନ୍ଧମାଳ ଜିଲା ବସ୍ତିଙ୍ଗିଆରେ। ସେଇଠି ଥିବାବେଳେ ନିକଟସ୍ଥ ତେନ୍ତୁଳିଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପଢ଼ିଛି। ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ କେବଳ ଆମ ପରିବାର କାହିଁକି, ଆମ ସ୍କୁଲ, ଆମେ ରହୁଥିବା ବ୍ଲକ କଲୋନି ଆଦି ସବୁ ଜଣାଶୁଣା ସ୍ଥାନର ଲୋକେ ବି ବହୁ ଖୁସି ହୋଇଥିଲେ। କିନ୍ତୁ ବୃତ୍ତି ଟଙ୍କାଟା ପାଇଲି ୨ ବର୍ଷ ପରେ, ସପ୍ତମ ଶ୍ରେଣୀ ସରିବା ବେଳକୁ। ସେତେବେଳେ ସେମିତି ହିଁ ମିଳୁଥିଲା ବୃତ୍ତି ଟଙ୍କା। ମୋର ସପ୍ତମ ଶ୍ରେଣୀ ମାନେ ୧୯୮୨ ମସିହାର କଥା। ସେତେବେଳେ ବୃତ୍ତି ଟଙ୍କା ଥିଲା ମାସକୁ ୯ ଟଙ୍କା। ଏକାଥରକେ ୨ବର୍ଷର ବୃତ୍ତି ଟଙ୍କା ନେଇ ଘରକୁ ଫେରିବା ବେଳକୁ ଲାଗୁଥିଲା, ମୁଁ ସତେ ଅବା ଗଡ଼ ଜିଣି ଫେରୁଛି। ସେତେବେଳେ ଦ୍ୱିପ୍ରହର ଟିଫିନ୍‌ ଖର୍ଚ୍ଚ ବାବଦରେ ଦିନକୁ ୨୫ ପଇସା ନେଲେ କାହିଁରେ କ’ଣ। ତେଣୁ ୨ ବର୍ଷର ବୃତ୍ତି ଟଙ୍କା ମୋ ପାଇଁ କେତେ ଅଧିକ ଥିଲା, ଅନୁମାନ କରିହେଉଥିବ। ସ୍କୁଲରୁ ଫେରିବା ବେଳକୁ ବୃତ୍ତି ଟଙ୍କା ରଖିଥିବା ପକେଟକୁ ଜାବୁଡ଼ି ଧରିଥାଏ। ମନରେ କେମିତି ଗୋଟିଏ ଆନନ୍ଦର ଲହଡ଼ି। ଆଖିରେ ଅଜଣା ଚମକ। ଅବଶ୍ୟ ସେ ବୟସରେ ବୃତ୍ତି ଟଙ୍କା ପାଇବାର ଗୌରବ, କି ଦିନକୁ ୨୫/୩୦ ପଇସା ଧରୁଥିବା ହାତରେ ଏତେଗୁଡ଼ିଏ ଟଙ୍କା ଧରିଥିବାର ଉଦ୍‌ବେଳନରୁ ଏ ଆନନ୍ଦର ସୃଷ୍ଟି ହୋଇଥିଲା, ତାହା ଏବେ ମନେପଡୁନାହିଁ। ଘରେ ପଶୁ ପଶୁ ପକେଟ ଉପରେ ବୋଉର ନଜର ପଡ଼ିବାରୁ ସେ ପଚାରିଲା- ”କିରେ! ପକେଟକୁ କାହିଁକି ଜାବୁଡ଼ି ଧରିଛୁ?“ ମୁଁ ବୃତ୍ତି ଟଙ୍କା ପାଇଥିବା କହିଦେଲି। ବୋଉ ବୋଧହୁଏ ମୋ ଆଖିର ଚମକକୁ ପଢ଼ିପାରିଥିଲା। ଅବଶ୍ୟ ସବୁ ମାଆ ନିଜ ସନ୍ତାନର ମନର ଭାଷାକୁ ପଢ଼ିପାରନ୍ତି। ମୁଁ ତା’ ହାତକୁ ଟଙ୍କାତକ ବଢ଼େଇଦେଲା ବେଳକୁ ସେ କହିଲା- ”ନାଇଁ , ଏ ଟଙ୍କା ତୋର। ଏଇଟା ତୋର ପ୍ରଥମ ରୋଜଗାର। ତୋ ପାଖରେ ରଖ, ଯେମିତି ମନ ହେଉଛି, ସେମିତି ଖର୍ଚ୍ଚ କରିବୁ।“ ବୋଉ କଥା ଶୁଣି ପୁଲକିତ ହେଲି। ସେଇ ଟଙ୍କାତକ ବହୁ ଦିନ ପର୍ଯ୍ୟନ୍ତ ପାଖରେ ରଖିଥିଲି। ତା’ ପରେ କେମିତି ଖର୍ଚ୍ଚ କରିଥିଲି, ଏବେ ୪ଦଶନ୍ଧି ପରେ ଆଉ କି ମନେଅଛି! ପରବର୍ତ୍ତୀ ସମୟରେ ସପ୍ତମ ଶ୍ରେଣୀରେ ବି ବୃତ୍ତି ପାଇଲି; ଯାହାର ଟଙ୍କାତକ ଦଶମ ଶ୍ରେଣୀ ପରୀକ୍ଷା ଦେଇସାରିବା ପରେ ପାଇଥିଲି। କିନ୍ତୁ ସେତେବେଳକୁ ଆଉ ପ୍ରଥମ ଥରର ବୃତ୍ତି ଟଙ୍କା ଧରିବା ସମୟର ପୁଲକ ନ ଥିଲା। ପ୍ରଥମ ତ ସବୁବେଳେ ପ୍ରଥମ। ତା’ର ଆଉ ବିକଳ୍ପ ଥାଏ କି! ତେବେ ଦଶମ ଶ୍ରେଣୀରେ ପଢୁଥିଲାବେଳେ ସ୍କୁଲ ମାଗାଜିନ୍‌ରେ ମୋର ପ୍ରଥମ ଲେଖା ପ୍ରକାଶ ପାଇଥିଲା। ଏହାପରେ ନିୟମିତ ଗପ, କବିତା, ଲଳିତ ନିବନ୍ଧମାନ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଚାଲିଲା। ଏପରିକି ୟା’ଭିତରେ ମୋର ୨ଟି କବିତା, ୩ଟି ଗଳ୍ପ ଓ ୬ଟି ଲଳିତ ନିବନ୍ଧ ପୁସ୍ତକ ମଧ୍ୟ ପ୍ରକାଶ ପାଇସାରିଛି। ତେବେ ଏହି ସାହିତ୍ୟ ଲାଗି ମୋତେ ରାଜ୍ୟ ଯୁବ ପୁରସ୍କାର ବି ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଇଡି ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୮(ସତ୍ୟଜିତ୍‌ ରାଉତ):ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଅଗଷ୍ଟ ୨୭ରୁ ୨୯ତାରିଖ ଯାଏ ସେ ଓଡ଼ିଶାରେ...

ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା: ସୁଜାତା ପାଣ୍ଡିଆନଙ୍କ ଭାଇର ପରିଚୟ ଦେଇ…

ମାଲକାନଗିରି,୨୬।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ବିଜେଡି ଜିଲା ପରିଷଦ ସଦସ୍ୟାଙ୍କ ନାଁରେ ଏତଲା । ଜିଲା ପରିଷଦ ସଦସ୍ୟା ସସ୍ମିତା ମାଝୀଙ୍କ ସହ ଅନ୍ୟ ୨ ଜଣଙ୍କ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୨୫।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରବିବାର ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏନେଇ ପାଣିପାଗ...

ବିରାଟ ଗଛ ପାଇଲା ନୂଆ ରୂପ

ଭର୍ଜିନିଆର ୧୦୦ ଏକରବିଶିଷ୍ଟ ଆର୍ଟ ଆଣ୍ଡ ନେଚର ପାର୍କରେ ଦେଖିବାକୁ ମିଳେ ଏକ ଅଜବ ଦୃଶ୍ୟ। ପ୍ରକୃତି ଓ କଳା କାରିଗରିର ଅଦ୍ଭୁତ ମିଶ୍ରଣ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri